ବାରିପଦା (ମାଣିକଲାଲ ପାଣି): ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କର ପରଲୋକ ହୋଇଯାଇଛି। ବାରିପଦାର ବେଲଗଡ଼ିଆ ସ୍ଥିତ ରାଜପ୍ରାସାଦରେ ଗତକାଲି ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା।
ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଥିଲେ ନେପାଳ ନରେଶ ତ୍ରିଭୁବନ ବୀର ବିକ୍ରମ ଶାହଙ୍କ କନ୍ୟା। ୧୯୨୮ ମସିହା ଫେବ୍ରୁଆରୀ ମାସ ୧୭ ତାରିଖରେ ସେ ଜନ୍ମ ହୋଇଥିଲେ। ୧୯୫୨ ମସିହାରେ ସେ ମୟୂରଭଞ୍ଜ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କୁ ବିବାହ କରି ମହାରାଣୀ ହୋଇଥିଲେ। ସେହିପରି ସେ ଥିଲେ ମୟୂରଭଞ୍ଜର ବର୍ତ୍ତମାନର ମହାରାଜା ତଥା ମୋରୋଡ଼ା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାୟକ ହୋଇଥିବା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କର ମା’।
ସୂଚନା ଅନୁଯାୟୀ, ଗତକାଲି ରାଜମାତା ସୁସ୍ଥ ଥିଲେ। ସକାଳ ଜଳଖିଆ ସହ ମଧ୍ୟାହ୍ନ ଭୋଜନ ଠିକ୍ଠାକ୍ କରିଥିଲେ। ପ୍ରତିଦିନ ଭଳି ରାତ୍ରି ଭୋଜନ ବି କରିଥିଲେ। ତେବେ ଶୋଇଥିବା ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଥିଲା। ପ୍ରବୀଣ ଭଞ୍ଜଦେଓ ଗତକାଲି କୋଲକାତାରେ ଥିବା ବେଳେ ରାତିରେ ରାଜବାଟୀକୁ ଫେରି ଆସିଥିଲେ।
ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଜଣେ ଧର୍ମପରାୟଣ ଓ ପରୋପକାରୀ ମହିଳା ଥିଲେ। ସେ ମୟୂରଭଞ୍ଜର ପ୍ରସିଦ୍ଧ ଛଉ ନୃତ୍ୟ ଓ କଳା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିଥିଲେ।
The post ମୟୂରଭଞ୍ଜ ରାଜମାତାଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/30idLzt
No comments:
Post a Comment