ଜୟପୁର: ଜ୍ୟୋତିର ଆଦିତ୍ୟ ସିନ୍ଧିଆଙ୍କ ଭଳି ଏବେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ପୋଷ୍ଟର ବୟ ସଚିବ ପାଇଲଟ ବି ବିଜେପିରେ ସାମିଲ ହେବେ। ଏପରି କି ସେ ଆଜି ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାର ସମ୍ଭାବନା ରହିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ଯଦି ସଚିନ ପାଇଲଟ ବିଜେପିରେ ମିଶି ଯାଆନ୍ତି, ତା’ହେଲେ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ସଙ୍କଟମୟ ସ୍ଥିତିକୁ ଚାଲିଯିବ।
କାରଣ କଂଗ୍ରେସ ସରକାରରେ ଥିବା ୩୦ ବିଧାୟକ ଏବେ ସଚିନ ପାଇଲଟଙ୍କ କ୍ୟାମ୍ପରେ ରହିଥିବା ସେ ଦାବି କରିଛନ୍ତି। ଏହି ୩୦ ଜଣଙ୍କ ମଧ୍ୟରେ ୨୭ ଜଣ କଂଗ୍ରେସର ହୋଇଥିବା ବେଳେ ଆଉ ୩ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି। ସଚିନ ଯଦି ବିଜେପିରେ ମିଶନ୍ତି, ତା’ହେଲେ ଏମାନେ ବି ସମାନ ରାସ୍ତା ଆପଣାଇବାର ସମ୍ଭାବନା ରହିଛି।
ମିଳିଥିବା ସୂଚନା ଅନୁସାରେ, ସଚିନ ପାଇଲଟ ଓ ତାଙ୍କ ସମର୍ଥକ ବିଧାୟକମାନେ ଆଜି ବିଧାନସଭା ଅଧ୍ୟକ୍ଷଙ୍କୁ ସେମାନଙ୍କର ଇସ୍ତଫାପତ୍ର ଦେବାର ଆଶଙ୍କା ରହିଛି। ଏପରି କି ଦଳୀୟ ହ୍ୱିପ ସତ୍ତ୍ୱେ ଏହି ବିଧାୟକମାନେ କଂଗ୍ରେସ ଡାକିଥିବା ବୈଠକରେ ଯୋଗଦେବେ ନାହିଁ ବୋଲି ଜଣାପଡ଼ିଛି।
ସଚିନ ପାଇଲଟ କହିଛନ୍ତି, ମୁଁ କୌଣସି ପ୍ରକାରର କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେବି ନାହିଁ। ଅଶୋକ ଗେହଲଟ ସରକାର ସଂଖ୍ୟାଗରିଷ୍ଠତା ହରାଇଛନ୍ତି। ମୋ ସହ ୩୦ ଜଣ ବିଧାୟକ ରହିଛନ୍ତି ବୋଲି ସେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।
The post ବିଜେପିରେ ମିଶିବେ ସଚିନ ପାଇଲଟ୍! ୩୦ ବିଧାୟକଙ୍କ ସମର୍ଥନ ରଖିଥିବା ଦାବି କଲେ appeared first on Odisha Reporter.
from Odisha Reporter https://ift.tt/3ekTDRV
No comments:
Post a Comment