ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ତେରେହି ଗାଁରେ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ତେରେହି ଗାଁର ଅଭିନ୍ନ ମଲିକ ନିଜ ଘରେ ଶୋଇଥିବା ସମୟରେ ହଠାତ ଘରେ ନିଆଁ ଲାଗିଯାଇଥିଲା ।ଦେଖୁ ଦେଖୁ ନିଆଁ କ୍ଷିପ୍ର ବେଗରେ ଅଭିନ୍ନଙ୍କ ସହିତ ଚଗଲା ମଳିକ ଓ ବିବେକାନନ୍ଦ ମଳିକଙ୍କ ଘରକୁ ମଧ୍ୟ ବ୍ୟାପି ଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା।
ଅଭିନ୍ନଙ୍କ ଅଭିଯୋଗ ଅନୁଯାୟୀ, ପଡୋଶୀ ନିମାଇଁ ମଳିକ ଓ ସୁକଦେଵ ମଳିକଙ୍କ ସହିତ ଗତ ଦୁଇଦିନ ତଳେ ଜମି ବାଡ଼ି ବିବାଦକୁ ନେଇ ଝଗଡା ଲାଗିଥିଲା । ସେ ଏ ସମ୍ପର୍କରେ ଗତକାଲି ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୂର୍ବ ଶତ୍ରୁତା କାରଣରୁ ପଡୋଶୀ ତାଙ୍କ ଘରକୁ ନିଆଁ ଲଗାଇ ଦେଇଥିବା ଅଭିନ୍ନ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
The post ପୂର୍ବ ଶତ୍ରୁତାରୁ ଘରେ ଲଗାଇ ଦେଲେ ନିଆଁ appeared first on Odisha Reporter.
from Odisha Reporter https://ift.tt/2Cnotfq
No comments:
Post a Comment