ଗାବ୍ରିଏଲ ଓ ହୋଲ୍ଡରଙ୍କ ଚମକ, ବ୍ୟାକଫୁଟ୍‌ରେ ଇଂଲଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 9, 2020

ଗାବ୍ରିଏଲ ଓ ହୋଲ୍ଡରଙ୍କ ଚମକ, ବ୍ୟାକଫୁଟ୍‌ରେ ଇଂଲଣ୍ଡ

ସାଉଥହାମ୍ପଟନ: କରୋନା ସଂକ୍ରମଣ ଯୋଗୁ ଦୀର୍ଘ ୪ ମାସରୁ ଅଧିକ ଦିନ ହେଲା ବନ୍ଦ ରହିଥିବା ଅନ୍ତର୍ଜାତୀୟ କ୍ରିକେଟ ଶେଷରେ ବୁଧବାର ଠାରୁ ଆରମ୍ଭ ହୋଇଛି। ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ ବିନା ଦର୍ଶକରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ ମୁହାଁମୁହିଁ ହେଉଛନ୍ତି।

ବର୍ଷା ଯୋଗୁ ପ୍ରଥମ ଦିନର ଖେଳ ଖୁବକମ ସମୟ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ୱେଷ୍ଟଇଣ୍ଡିଜ୍‌ ଉଭୟ ବୋଲିଂ ଓ ବ୍ୟାଟିଂରେ କମାଲ କରିଛି। ବିଶେଷ କରି ଅଧିନାୟକ ଜେସନ ହୋଲ୍ଡର ଓ ଦ୍ରୁତ ବୋଲର ଶାନନ ଗାବ୍ରିଏଲଙ୍କ ଭୟଙ୍କର ବୋଲିଂରେ ଘରୋଇ ଇଂଲଣ୍ଡ ବ୍ୟାକଫୁଟ୍‌ରେ ରହିଛି।

ହୋଲ୍ଡର ତାଙ୍କ କ୍ୟାରିୟରର ବେଷ୍ଟ ବୋଲିଂ କରି ୬ଟି ୱିକେଟ ନେଇଥିବା ବେଳେ ଗାବ୍ରିଏଲ ୪ଟି ୱିକେଟ ଦଖଲ କରିଛନ୍ତି। ଘାତକ ବୋଲିଂ ଯୋଗୁ ଇଂଲଣ୍ଡ ମାତ୍ର ୨୦୪ ରନ୍‌ କରି ଅଲଆଉଟ ହୋଇଛି। ଏହାର ଜବାବରେ ୱେଷ୍ଟଇଣ୍ଡିଜ୍‌ ଖରାପ ଆଲୁଅ ଯୋଗୁ ଦ୍ୱିତୀୟ ଦିନର ଖେଳା ଶେଷ ହେବା ବେଳକୁ ଗୋଟିଏ ୱିକେଟ ହରାଇ ୫୭ ରନ୍‌ କରିଛି। ଷ୍ଟମ୍ପ ଅପସାରଣ ବେଳକୁ କ୍ରେଗ ବ୍ରାଥୱେଟ ୨୦ ଓ ଶାଇ ହୋପ ୩ ରନ୍‌ କରି ଅପରାଜିତ ରହିଛନ୍ତି। ଜନ୍ କ୍ୟାମ୍ବେଲ ଏକମାତ୍ର ବ୍ୟାଟସମ୍ୟାନ ଭାବେ ୨୮ ନ୍‌ କରି ପ୍ୟାଭିଲିୟନ ଫେରିଛନ୍ତି।

ପ୍ରଥମ ଟେଷ୍ଟରେ ଜୋ ରୁଟଙ୍କ ଅନୁପସ୍ଥିତିରେ ବେନ ଷ୍ଟୋକ୍ସ ଇଂଲଣ୍ଡ ଦଳର କମାଣ ସମ୍ଭାଳିଛନ୍ତି। ମ୍ୟାଚରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଡମ ସିବଲେୟ ଖାତା ଖୋଲିବା ପୂର୍ବରୁ ଗାବ୍ରିଏଲଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଜୋ ଡେନଲି ଓ ଆର ବ୍ରୁନ୍ସ ସ୍ଥିତି ସମ୍ଭାଳିବାକୁ ଚେଷ୍ଟ କରିଥିଲେ।

ହେଲେ ଦଳୀୟ ସ୍କୋର ୪୮ ଥିବା ବେଳେ ଗାବ୍ରିଏଲ ୧୮ ରନ କରିଥିବା ଡେନଲି ଓ ପରେ ୩୦ ରନ୍‌ କରିଥିବା ବ୍ରୁନ୍ସଙ୍କୁ ପ୍ୟାଭିଲୟନ ପଠାଇ ଡବଲ ଝଟକା ଦେଇଥିଲେ। କାମଚଳା ଅଧିନାୟକ ଷ୍ଟୋକ୍ସ ଓ ବଟଲର କିଛି ସମୟ ପାଇଁ ଲଢ଼େଇ କରି ଦଳୀୟ ସ୍କୋରକୁ ୧୫୦ ପାର କରାଇଥିଲେ। ତେବେ ହୋଲ୍ଡର ଏହାପରେ ନିଜର ଜଲୱା ଦେଖାଇଥିଲେ।

ସେ ୪୩ ରନ୍‌ କରିଥିବା ଷ୍ଟୋକ୍ସ ଓ ୩୫ ରନ୍‌ କରିଥିବା ବଟଲରଙ୍କୁ ଆଉଟ କରି ଇଂଲଣ୍ଡକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଲି ପୋପ ୧୨, ଜେଡ୍‌ କାରୱେଲ ୧୦, ଜୋଫ୍ରା ଆର୍ଚର ୦ ଓ ମାର୍କ ହୁଡ୍‌ ୫ ମଧ୍ୟ ହୋଲ୍ଡରଙ୍କ ଶିକାର ବନିଥିଲେ।

ଶେଷ ୱିକେଟ ପାଇଁ ଜେମ୍ସ ଆଣ୍ଡରନସନ(୧୦) ଓ ଡିମ ବେସ୍‌ତ ୩୧ ରନ୍‌ କରିବାରୁ ଦଳୀୟ ସ୍କୋର ୨୦୦ ପାର କରିଥିଲା। ଗ୍ରାବିଏଲ ଶେଷରେ ଆଣ୍ଡରସନଙ୍କୁ ବୋଲ୍ଡ କରି ଇଂଲଣ୍ଡ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

The post ଗାବ୍ରିଏଲ ଓ ହୋଲ୍ଡରଙ୍କ ଚମକ, ବ୍ୟାକଫୁଟ୍‌ରେ ଇଂଲଣ୍ଡ appeared first on Odisha Reporter.



from Odisha Reporter https://ift.tt/323dfYg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages