ୱାଶିଂଟନ: ମହାମାରୀ କରୋନା ସମ୍ପର୍କରେ ଅପଡେଟ୍ ଦେବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି। କରୋନା ଟେଷ୍ଟିଂ କଥା ବିଚାରକୁ ନେଲେ ଆମେରିବା ବିଶ୍ୱର ପ୍ରଥମ ସ୍ଥାନରେ ଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଏଥିସହ ସେ କରୋନା ଟିକା କେବେ ବାହାରିବ ସେ ସମ୍ପର୍କରେ ବି ତଥ୍ୟ ଉପସ୍ଥାପନ କରିଛନ୍ତି।
ଆମେରିକାରେ ବର୍ତ୍ତମାନ ସୁଦ୍ଧା ୧,୪୦,୦୦୦ରୁ ଅଧିକ ଲୋକ କରୋନା ଯୋଗୁ ପ୍ରାଣ ହରାଇ ସାରିଥିବା ବେଳେ ୩.୮ ମିଲିୟନରୁ ଅଧିକ ସଂକ୍ରମିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଟ୍ରମ୍ପ ଆଜି କହିଛନ୍ତି, “ଆମେ ସମସ୍ତେ ଗୋଟିଏ ପରିବାର। ପରିବାରର ପ୍ରତିଟି ଜୀବନ ମୂଲ୍ୟବାନ। ଯେଉଁମାନେ ଜୀବନ ହରାଇଛନ୍ତି, ସେମାନଙ୍କ ପାଇଁ ମୁଁ ଗଭୀର ମର୍ମାହତ।
ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ ଆମେ ଖୁବଶୀଘ୍ର ଟିକା ବାହାର କରିବୁ ଓ ଭାଇରସକୁ ପରାସ୍ତ କରିବୁ। ଟିକା ବାହାର କରିବା କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ଓ ଏହା ଶୀଘ୍ର ସାମ୍ନାକୁ ଆସିବ। ସବୁ ବର୍ଗର ଲୋକଙ୍କୁ ସୁହାଇଲା ଭଳି ଟିକା ପ୍ରସ୍ତୁତ କରାଯାଉଛି। ଆମେ ଭାଇରସ ସମ୍ପର୍କରେ ଅନେକ କିଛି ତଥ୍ୟ ହାସଲ କରିଛୁ। ତେଣୁ ଆଶା ଠାରୁ ଆହୁରି ଶୀଘ୍ର ଟିକା ବାହାରିବ।”
ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି ଯେ “କରୋନା ଟେଷ୍ଟିଂ ମାମଲାରେ ଆମେରିକା ବିଶ୍ୱର ୧ ନଂ ସ୍ଥାନରେ ରହିଛି। ଆମେ ଖୁବଶୀଘ୍ର ୫୦ ମିଲିୟନ ଟେଷ୍ଟ କରିବାକୁ ଯାଉଛୁ। ଏହାପରେ ୧୨ ମିଲିୟନ ଟେଷ୍ଟ ସହ ଦ୍ୱିତୀୟ ସ୍ଥାନରେ ଭାରତ ରହିଛି। ଆମେରିକା ଓ ଭାରତ ପରେ କିଏ ୭ ମିଲିୟନ, କିଏ ୩ରୁ ୪ ମିଲିୟନ ଏମିତି ଟେଷ୍ଟ କରୁଛନ୍ତି। ମୁଁ ଭାବୁଛି ଆମେ ସବୁଠାରୁ ଭଲ ଟେଷ୍ଟିଂ କରୁଛୁ।”
The post ଟେଷ୍ଟିଂରେ ଆମେରିକା ପ୍ରଥମ ଓ ଭାରତ ଦ୍ୱିତୀୟ ବୋଲି କହିଲେ ଟ୍ରମ୍ପ appeared first on Odisha Reporter.
from Odisha Reporter https://ift.tt/2CAAL4H
No comments:
Post a Comment