ଖଣିରୁ ମିଳିଲା ୫୦ ଲକ୍ଷ ଟଙ୍କାର ହୀରା ଖଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 21, 2020

ଖଣିରୁ ମିଳିଲା ୫୦ ଲକ୍ଷ ଟଙ୍କାର ହୀରା ଖଣ୍ଡ

ପାନ୍ନା: ମଧ୍ୟପ୍ରଦେଶର ପାନ୍ନା ଅଞ୍ଚଳରେ ଥିବା ଗୋଟିଏ ଖଣି ଖାଦାନରୁ ୧୦.୬୯ କ୍ୟାରେଟ୍‌ର ହୀରା ଖଣ୍ଡ ମିଳିଛି। ଏହାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ରାଣିପୁର ଅଞ୍ଚଳରେ ଥିବା ଏହି ଖଣିଟିକୁ ଲିଜ୍‌ରେ ନେଇଥିବା ୩୫ ବର୍ଷୀୟ ଅନାଦିଲାଲ ଖୁସୱା ହିଁ ପ୍ରଥମେ ହୀରା ଖଣ୍ଡକୁ ଠାବ କରିଥିଲେ।

ଏହାପରେ ସେ ସ୍ଥାନୀୟ ସରକାରୀ ଅଫିସରେ ଏହାକୁ ଜମା ଦେଇଛନ୍ତି। ଏହାପୂର୍ବରୁ ଖୁସୱା ୭୦ କ୍ୟାରେଟର ହୀରା ଖଣ୍ଡ ମଧ୍ୟ ଖଣି ମଧ୍ୟରୁ ଠାକ କରି ସରକାରୀ ଅଫିସରେ ଜମା କରିଥିଲେ। ତେବେ ଲକଡାଉନ ନିୟମ କୋହଳ ହେବା ପରେ ଚାଲିଥିବା ଖଣି ଖନନ ପ୍ରକ୍ରିୟା ବେଳେ ପ୍ରଥମଥର ପାଇଁ ଏତେ ଦାମୀ ହୀରା ଖଣ୍ଡ ମିଳିଛି।

ଏବେ ଏହି ହୀରା ଖଣ୍ଡର ନିଲାମ ଡକାଯିବ। ଯେତିକି ଟଙ୍କାରେ ଏହା ବିକ୍ରି ହେବ, ଏହି ଟଙ୍କାରୁ ସରକାରଙ୍କ ରୟାଲିଟି ଓ ଟିକସକୁ ବାଦ୍‌ ଦେଇ ବାକି ଅର୍ଥ ଜମାକାରୀଙ୍କୁ ଦିଆଯିବ। ହୀରା ଖଣ୍ଡର ପ୍ରକୃତ ମୂଲ୍ୟ ଜଣାଡ଼ି ନଥିଲେ ହେଁ ବ୍ୟବସାୟୀଙ୍କ କହିବା ଅନୁଯାୟୀ ଏହାର ଦାମ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ।

The post ଖଣିରୁ ମିଳିଲା ୫୦ ଲକ୍ଷ ଟଙ୍କାର ହୀରା ଖଣ୍ଡ appeared first on Odisha Reporter.



from Odisha Reporter https://ift.tt/3hpsteE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages