କରୋନା ଭୟ: ଗାଁ ଦାଣ୍ଡରେ ୧୪ ଘଣ୍ଟା ପଡ଼ିରହିଲା ଶବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 19, 2020

କରୋନା ଭୟ: ଗାଁ ଦାଣ୍ଡରେ ୧୪ ଘଣ୍ଟା ପଡ଼ିରହିଲା ଶବ

ଭଞ୍ଜନଗର (ରାକେଶ କୁମାର ପଣ୍ଡା): କରୋନା ସନ୍ଦେହରେ ମୃତଦେହକୁ କେହି ଛୁଇଁଲେନି। ଫଳରେ ଗାଁ ଦାଣ୍ଡରେ ୧୪ ଘଣ୍ଟା ପଡ଼ି ରହିଲା ଜଣେ ମହିଳା ମୃତଦେହ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଗୋଲାପଡ଼ା ଗାଁରେ।

ଗତକାଲି ସକାଳେ ଏହି ମହିଳାଙ୍କର ହଠାତ୍ ମୃତ୍ୟୁ ଘଟିଥିଲା। ତାଙ୍କୁ କରୋନା ହୋଇଛି ଭାବି ଗ୍ରାମବାସୀ ତାଙ୍କ ମୃତଦେହକୁ ଛୁଇଁ ନଥିଲେ। ତେଣୁ ପରିବାର ଲୋକେ ସ୍ଥାନୀୟ ପ୍ରଶାସନକୁ ଯୋଗାଯୋଗ କରିଥିଲେ। ପ୍ରଶାସନ ପକ୍ଷରୁ ମଧ୍ୟ ସଙ୍ଗେ ସଙ୍ଗେ କୌଣସି ସହଯୋଗ ମିଳି ନଥିଲା। ୧୪ ଘଣ୍ଟା ଧରି ମୃତଦେହ ଗାଁ ଦାଣ୍ଡରେ ପଡ଼ି ରହିବା ପରେ ବିଳମ୍ବିତ ରାତିରେ ସ୍ଥାନୀୟ ପ୍ରଶାସନ ଓ ପୁଲିସ୍ ସହାୟତାରେ ଉକ୍ତ ମହିଳାଙ୍କ ଶବ ସଂସ୍କାର ହୋଇଥିଲା ।

ସୂଚନାଯୋଗ୍ୟ,  କିଛି ଦିନ ପୂର୍ବରୁ ମୃତ ମହିଳାଙ୍କ ମା’ ଓ ଭଉଣୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାଙ୍କ ବାପାଙ୍କ ଠାରେ କରୋନା ଲକ୍ଷଣ ଥିବା ଯୋଗୁ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ମହିଳାଙ୍କର କେଉଁ କାରଣରୁ ମୃତ୍ୟୁ ହେଲା, ତାହା ଜଣାପଡ଼ିନାହିଁ।

The post କରୋନା ଭୟ: ଗାଁ ଦାଣ୍ଡରେ ୧୪ ଘଣ୍ଟା ପଡ଼ିରହିଲା ଶବ appeared first on Odisha Reporter.



from Odisha Reporter https://ift.tt/2CKYT4u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages