ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ୪୮ ଘଣ୍ଟା ପାଇଁ ଶଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ହସ୍ପିଟାଲର ଜଣେ ଡାକ୍ତରଙ୍କ ଠାରେ କରୋନା ଲକ୍ଷଣ ଦେବା ଯୋଗୁ ହସ୍ପିଟାଲକୁ ଶଟ୍ଡାଉନ୍ ଘୋଷଣା କରାଯାଇଛି।
ଜିଲ୍ଲାପାଳଙ୍କ କହିବା ଅନୁଯାୟୀ, ଉକ୍ତ ଡାକ୍ତରଙ୍କ ସ୍ୱାବ୍ ଟେଷ୍ଟ ପାଇଁ ପଠାଯାଇଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ରୋଗୀଙ୍କୁ ବୁର୍ଲା ଓ ବରଗଡ଼ ପୁରୁଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ବରଗଡ଼ରୁ ଜିଲ୍ଲାରୁ ୨୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ ଚିକିତ୍ସାଧୀନ ଅଛନ୍ତି। ୧୭୮ ଜଣ ସୁସ୍ଥ ହୋଇଛନ୍ତି। ତେବେ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
The post ବରଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲ ୪୮ ଘଣ୍ଟା ଶଟ୍ଡାଉନ୍ appeared first on Odisha Reporter.
from Odisha Reporter https://ift.tt/3fGZ7Ig
No comments:
Post a Comment