ଜୟପୁର(ଟି ଗୌରୀ ଶଙ୍କର): ନିଜ ମନ ପସନ୍ଦର ବଲିଉଡ୍ ଗୀତରେ ନାଚି ନାଚି ଶେଷରେ ନିଲମ୍ବିତ ହେଲେ ନାଲ୍କୋ କର୍ମଚାରୀ । କୋରାପୁଟ ଜିଲ୍ଲା ଜୟପୁର କୋଭିଡ୍ ହସ୍ପିଟାଲରେ କରୋନା ଆକ୍ରାନ୍ତ ଡିସ୍କୋ ଡ୍ୟାନ୍ସ କରିଥିବାର ଭିଜୁଆଲ୍ ଭାଇରାଲ ହୋଇଥିଲା । ତାଙ୍କର ଏହି ବିଶୃଙ୍ଖଳିତ ଆଚରଣ ପାଇଁ ନାଲକୋ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବିତ କରିଛନ୍ତି। ଏନେଇ ନାଲକୋ ପକ୍ଷରୁ ନିର୍ଦେଶାନାମା ଜାରି ହୋଇଛି।
ସୂଚନାଯୋଗ୍ୟ, ଜୟପୁର କୋଭିଡ୍ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଡିସ୍କୋ ଡ୍ୟାନ୍ସର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ୪ଜଣ କରୋନା ସଂକ୍ରମିତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଭିଡିଓଟି ୨ ମିନିଟ୍ ୩୬ ସେକେଣ୍ଡର। ତେବେ ସେମାନେ କେବେ କରିଛନ୍ତି, କେତେବେଳେ କରିଛନ୍ତି ଓ କାହିଁକି କରିଛନ୍ତି, ତାହା ଜଣାପଡ଼ି ନାହିଁ। ଯଦି ସେମାନେ ମନଖୁସି କରିବାକୁ ଡ୍ୟାନ୍ସ କରିଛନ୍ତି, ତା’ହେଲେ ଏହାର ଭିଡିଓ କାହିଁକି କଲେ ଓ ଏହାକୁ କାହିଁକି ଭାଇରାଲ୍ କଲେ, ସେ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। ତେବେ ଏ ଘଟଣା ନେଇ ହସ୍ପିଟାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଅନ୍ୟପକ୍ଷରେ ଗତ ସୋମବାର ଏହି କୋଭିଡ୍ ହସ୍ପିଟାଲରେ ବିଭିନ୍ନ ଅସୁବିଧା ନେଇ ଅଭିଯୋଗ ହୋଇଥିଲା । ଠିକ୍ ସେ ଖାଇବାକୁ ଦିଆଯାଉ ନଥିବା ଓ ବାଥ୍ରୁମ୍ ସଫା କରାଯାଉ ନଥିବା ନେଇ ଆକ୍ରାନ୍ତମାନେ ଏକ ଭିଡିଓ ଭାଇରାଲ୍ କରିଥିଲେ। ଏନେଇ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜାଣି ମଧ୍ୟ ଘଟଣାକୁ ଖଣ୍ଡନ କରିଥିଲେ।
The post କୋଭିଡ୍ ହସ୍ପିଟାଲ୍ରେ ମନ ଭରି ନାଚି ନିଲମ୍ବିତ ହେଲେ ନାଲ୍କୋ କର୍ମଚାରୀ appeared first on Odisha Reporter.
from Odisha Reporter https://ift.tt/2B9NGd8
No comments:
Post a Comment