ଗୁରୁତର କରୋନା ଆକ୍ରାନ୍ତଙ୍କ ପାଇଁ ଡେକ୍ସାମେଥାସୋନ ଲାଭଦାୟକ, ହେଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 17, 2020

ଗୁରୁତର କରୋନା ଆକ୍ରାନ୍ତଙ୍କ ପାଇଁ ଡେକ୍ସାମେଥାସୋନ ଲାଭଦାୟକ, ହେଲେ…

ଓ୍ୱାଶିଂଟନ: ବହୁ ପ୍ରତୀକ୍ଷିତ କରୋନା ଔଷଧ ଡେକ୍ସାମେଥାସୋନର ସଫଳ ପରୀକ୍ଷଣ ହୋଇଛି। ଏହା କରୋନା ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବାରେ ସଫଳ ହେଉଛି। ଭେଣ୍ଟିଲେଟରରେ ଥିବା ଆକ୍ରାନ୍ତଙ୍କୁ ଏହି ଔଷଧ ଦିଆଯାଇଥିଲା। ସେଥିରେ ସକାରାତ୍ମକ ରିପୋର୍ଟ ଆସିଛି। ହେଲେ ଏହି ଔଷଧ କିଛି କ୍ଷେତ୍ରରେ ବିପଦ ବୋଲି ମଧ୍ୟ ଗବେଷଣାରୁ ଜଣାପଡ଼ିଛି।

ମୋଟ୍ ୨,୦୧୪ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କୁ ଏହି ଡେକ୍ସାମେଥାସୋନ ଦିଆଯାଇଥିଲା। ଛଅ ମିଲିଗ୍ରାମର ଏହି ଔଷଧକୁ ୧୦ ଦିନ ଯାଏ ଦିଆଯାଇଥିଲା। ୨୮ ଦିନରେ ମୋଟ୍ ୪,୩୨୧ ଆକ୍ରାନ୍ତଙ୍କୁ ଏହି ଔଷଧ ଦିଆଯାଇଥିଲା। ଏଥିମଧ୍ୟରୁ କିଛି ଆକ୍ରାନ୍ତ ଭେଣ୍ଟିଲେଟରରେ ଥିଲେ। ଏହି ଡେକ୍ସାମେଥାସୋନ ଭେଣ୍ଟିଲେଟରରେ ମୃତ୍ୟୁ ହାର ୨୯ ପ୍ରତିଶତ କମାଇଛି ବୋଲି ଗବେଷକ ଦାବି କରିଛନ୍ତି।

ସେହିପରି ଯେଉଁ ଆକ୍ରାନ୍ତଙ୍କୁ ଅକ୍ସିଜେନ ଦିଆଯାଇ ରଖାଯାଇଥିଲା ସେମାନଙ୍କୁ ମଧ୍ୟ ଡେକ୍ସାମେଥାସୋନ ଦିଆଯାଇଥିଲା। ଏଥିରେ କିନ୍ତୁ ସଫଳ ହାର ମାତ୍ର ୨୩.୩ ପ୍ରତିଶତ ରହିଛି। ତେବେ ଯେଉଁମାନେ ବିନା ଅକ୍ସିଜେନରେ ଚିକିତ୍ସିତ ହେଉଥିଲେ ସେମାନଙ୍କୁ ମଧ୍ୟ ପରୀକ୍ଷା ବେଳେ ଏହି ଡେକ୍ସାମେଥାସୋନ ଦିଆଯାଇଥିଲା। ୨୬.୨ ପ୍ରତିଶତ ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହା ସଫଳ ହୋଇଥିବା ଜଣାପଡ଼ିଛି।

ଯେଉଁମାନେ ଏହି ଡେକ୍ସାମେଥାସୋନ ଔଷଧ ଖାଇଥିଲେ ସେମାନଙ୍କ ମୃତ୍ୟୁ ହାର ୧୭.୪ ପ୍ରତିଶତ ରହିଛି। ସେହିପରି ଯେଉଁମାନେ ଡେକ୍ସାମେଥାସୋନ ଖାଇନଥିଲେ ସେମାନଙ୍କ ମୃତ୍ୟୁ ହାର ୧୪ ପ୍ରତିଶତ ରହିଛି। ଏଭଳି ହେବାର କାରଣ ଯଦି ଜଣେ ବ୍ୟକ୍ତି କରୋନାରେ ସେତେଟା ଆକ୍ରାନ୍ତ ହୋଇନଥିବେ ତା’ହେଲେ ଏହି ଡେକ୍ସାମେଥାସୋନ ଖାଇବା ବିପଦ ଜନକ। ଯାହାକି ମୃତ୍ୟୁ ହାରକୁ ବଢ଼ାଉଛି।

ଆମେରିକାର ବୈଜ୍ଞାନିକ ଆନ୍ଥୋନି ଫାଉସି ଜୁନ ମାସରେ ଏ ବାବଦରେ ପ୍ରତିକ୍ରିୟା ରଖି କହିଥିଲେ, “କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଡେକ୍ସାମେଥାସୋନ ଔଷଧ ସଙ୍ଗେସଙ୍ଗେ ପ୍ରେସକ୍ରାଇବା ଠିକ୍ ନୁହେଁ। ଏହା ବିପଦ ଜନକ ସାବ୍ୟସ୍ତ ହେବ। ପ୍ରଥମେ କରୋନାକୁ ରୋକିବା ପାଇଁ ଆକ୍ରାନ୍ତଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଦରକାର”।

ଏହି ଗବେଷଣାର ରିପୋର୍ଟ ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନରେ ପ୍ରକାଶ ପାଇଛି। ଏହି ଡେକ୍ସାମେଥାସୋନ ଜଣେ ଆକ୍ରାନ୍ତଙ୍କୁ ଠିକ୍ ସମୟରେ ଉଚିତ ମାତ୍ରାରେ ଦେବା ଦରକାର ବୋଲି ମତ ପ୍ରକାଶ ପାଇଛି। ଏହି ଡେକ୍ସାମେଥାସୋନକୁ ଇଂଲଣ୍ଡ ଗବେଷଣା କରି ବାହାର କରିଛି।

ସୂଚନାଯୋଗ୍ୟ, ଭାରତ ସମେତ ଅନେକ ଦେଶ କରୋନା ଟିକା ପୂର୍ବରୁ କରୋନା ଔଷଧ ବାହାର କରିଛନ୍ତି। ହେଲେ ଗୁରୁତର ଆକ୍ରାନ୍ତଙ୍କ ପାଇଁ ଏଯାବତ କରୋନା ଔଷଧ ବାହାରିନଥିବା ନଜିର ରହିଛି। ଯଦି ଡେକ୍ସାମେଥାସୋନକୁ ପ୍ରସ୍ତୁତ କରିଥିବା କମ୍ପାନୀର ଦାବି ଆଗାମୀ ଦିନରେ ସକାରାତ୍ମକ ରହିବ ତା’ହେଲେ ବିଶ୍ୱ ପାଇଁ ଏହି ଡେକ୍ସାମେଥାସୋନ ଏକ ବଡ଼ ସଞ୍ଜିବନୀ ପାଲଟିବ।

The post ଗୁରୁତର କରୋନା ଆକ୍ରାନ୍ତଙ୍କ ପାଇଁ ଡେକ୍ସାମେଥାସୋନ ଲାଭଦାୟକ, ହେଲେ… appeared first on Odisha Reporter.



from Odisha Reporter https://ift.tt/3fF0M1b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages