ଦିଲ୍ଲୀରେ ପ୍ରବଳ ବର୍ଷା: କୃତ୍ରିମ ବନ୍ୟା ଯୋଗୁ ଜଣେ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 19, 2020

ଦିଲ୍ଲୀରେ ପ୍ରବଳ ବର୍ଷା: କୃତ୍ରିମ ବନ୍ୟା ଯୋଗୁ ଜଣେ ମୃତ

ନୂଆଦିଲ୍ଲୀ: ଗତ କିଛି ଦିନ ହେଲା ରାଜଧାନୀ ଦିଲ୍ଲୀରେ ପ୍ରବଳ ଗରମ ଯୋଗୁ ଜୀବନ ହନ୍ତସନ୍ତ ହୋଇଥିବା ବେଳା ଆଜି ସକାଳୁ ପ୍ରବଳ ବର୍ଷା ହେଉଥିବା ସୂଚନା ମିଳିଛି। ଲଗାତର ବର୍ଷା ଯୋଗୁ ଦିଲ୍ଲୀର ମିଣ୍ଟୋ ରୋଡ୍ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ମଧ୍ୟ ଜଣାପଡ଼ିଛି।

ରବିବାର ମିଣ୍ଟୋ ରୋଡସ୍ଥିତ ପୋଲ ତଳେ ପାଣିରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ମୁତାବକ, ପ୍ରବଳ ବର୍ଷା ଯୋଗୁ ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିବା ବେଳେ ଏକ ଡିଟିସି ବସ ଏବଂ ଏକ ଅଟୋ ରିକ୍ସା ପାଣିରେ ଫସିରହିଥିଲା। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ବସ୍ ଭିତରେ ଫସିରହିଥିବା ଡ୍ରାଇଭର, କଣ୍ଡକ୍ଟର ଏବଂ ଅଟୋ ଡ୍ରାଇଭରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ହେଲେ କିଛି ସମୟ ପରେ ଏକ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ଶବକୁ ପାଣିରୁ ଉଦ୍ଧାର କରାଯିବା ପରେ ମୃତକଙ୍କ ପରିଚୟ କୁନ୍ଦନ ସିଂହ ବୋଲି ଜଣାପଡ଼ିଛି। ସେ ଜଣେ ଅଟୋ ଡ୍ରାଇଭର ଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ସେ ମଧ୍ୟ ଦିଲ୍ଲୀର କନାଟ ପ୍ଲେସରୁ ଆସୁଥିଲେ ଆଉ ମିଣ୍ଟୋ ରୋଡ୍ ବ୍ରିଜ୍ ତଳେ ପାଣିରେ ଫସି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି।

ଦିଲ୍ଲୀ ପୁଲିସ ଅନୁଯାୟୀ, ମୃତ କୁନ୍ଦନଙ୍କ ବୟସ 60 ବର୍ଷ ଥିଲା। ଲଗାତର ବର୍ଷା ହେବା ଯୋଗୁ ପୋଲ ତଳେ ପ୍ରବଳ ପାଣି ଜମିଯାଇଛି। ଫଳରେ କୁନ୍ଦନ ଅଣ୍ଡରପାସ ନିକଟରେ ନିଜ ଅଟୋକୁ ପାଣିରୁ ବାହାର କରିବାକୁ ଚେଷ୍ଟା କରୁଥିଥିଲେ। ହେଲେ ସେ ଏଥିରେ ସଫଳ ହୋଇପାରିଲେ ନାହିଁ। ତେବେ ପ୍ରାଥମିକ ତଦନ୍ତରୁ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ପୁଲିସ କହିଛି। ମୃତକଙ୍କ ଶରୀରରେ କୌଣସି ପ୍ରକାର କ୍ଷତ ବା ଆଘାତର ଚିହ୍ନ ଦେଖିବାକୁ ମିଳିନାହିଁ।

ସୂଚନା ଥାଉ କି, ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା 3ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ପ୍ରବଳ ବର୍ଷା ଲାଗି ରହିବ। ଆଜି ସକାଳୁ ଲଗାତର ବର୍ଷା ପ୍ରଭାବରେ ଦିଲ୍ଲୀର ଅନେକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। ଫଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

The post ଦିଲ୍ଲୀରେ ପ୍ରବଳ ବର୍ଷା: କୃତ୍ରିମ ବନ୍ୟା ଯୋଗୁ ଜଣେ ମୃତ appeared first on Odisha Reporter.



from Odisha Reporter https://ift.tt/399jbRf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages