ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୫ ଜଣ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧ରେ ପହଞ୍ଚିଛି।
ରାଜ୍ୟର ସବୁ ଜିଲ୍ଲାକୁ କରୋନା ଛୁଇଁ ସାରିଥିବା ବେଳେ ୧୪ଟି ଜିଲ୍ଲାରେ ଏଯାବତ୍ ୯୧ ଜଣଙ୍କ ମୃତ୍ୟୁ ହୋଇଛି। ଏହି ୯୧ ମୃତକଙ୍କ ମଧ୍ୟରୁ ସବୁଠୁ ଅଧିକ ଅଛନ୍ତି ଗଞ୍ଜାମ ଜିଲ୍ଲାରେ। ଏହି ଜିଲ୍ଲାରେ ଏଯାବତ୍ କରୋନା ଯୋଗୁ ୫୪ ଜଣଙ୍କ ମୃତ୍ୟୁ ଘଟିଛି।
ଗଞ୍ଜାମ ତଳକୁ ରହିଛି ଖୋର୍ଦ୍ଧା। ଏଠାରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ତାଲିକାର ତୃତୀୟ ସ୍ଥାନରେ ରହିଛି କଟକ। ଏହି ଜିଲ୍ଲାରେ ୮ ଜଣଙ୍କ ମୃତ୍ୟୁ ଘଟିଛି।
ଗଜପତି ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରୀ, ଅନୁଗୋଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି।
ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ନୟାଗଡ଼, ବରଗଡ଼ ଓ ରାୟଗଡ଼ା ଜିଲ୍ଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୩୭ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧,୯୩୭ ଜଣ ସୁସ୍ଥ ହୋଇସାରିଲେଣି। ୫,୩୮୧ ଜଣ ଚିକିତ୍ସାଧୀନ ଅଛନ୍ତି। ୯୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଅନ୍ୟ କାରଣ ଯୋଗୁ ହୋଇଛି ବୋଲି କୁହାଯାଇଛି।
ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୫୨୭ରେ ପହଞ୍ଚି ଥିବା ବେଳେ ୩,୫୫୪ ଜଣଙ୍କ ସୁସ୍ଥ ହୋଇସାରିଛନ୍ତି ଓ ୧,୯୧୫ ଜଣ ଚିକିତ୍ସାଧୀନ ରହିଛନ୍ତି। ଏଠାରେ ଅନ୍ୟାନ୍ୟ କାରଣରୁ ୪ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।
The post ରାଜ୍ୟର ୧୪ ଜିଲ୍ଲାରୁ କରୋନା ନେଲାଣି ୯୧ ମୁଣ୍ଡ appeared first on Odisha Reporter.
from Odisha Reporter https://ift.tt/3fHKN2p
No comments:
Post a Comment