ଆଜିଠୁ ଅନଲକ୍-ଥ୍ରୀ; ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 31, 2020

ଆଜିଠୁ ଅନଲକ୍-ଥ୍ରୀ; ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ଅନଲକ୍-ଥ୍ରୀ । ଅନଲକ୍-ଥ୍ରୀରେ ରାଜ୍ୟରେ ବଳବତ୍ତର ରହିବ ରାତ୍ରକାଳୀନ କର୍ଫ୍ୟୁ। ରାତି ୯ଟାରୁ ସକାଳ ୫ଟା ଯାଏଁ ସାଧାରଣ ଆତଯାତ ବନ୍ଦ ରହିବ । ହେଲେ ରାତ୍ରକାଳୀନ କର୍ଫ୍ୟୁରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ଯାଆସ କରିପାରିବେ । ସେହିଭଳି କଣ୍ଟେନମେଣ୍ଟ ଜୋନରେ ଲକ୍‌ଡାଉନ୍‌ ସଂପୂର୍ଣ୍ଣ ଲାଗୁ ହେବ ।

କଣ୍ଟେନମେଣ୍ଟ ଜୋନରେ ଅବାଧ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ୍ ଜାରି ରହିବ । ଅଗଷ୍ଟ ୩୧ ଯାଏ ଧାର୍ମିକ ଅନୁଷ୍ଠାନ ଲୋକଙ୍କ ପାଇଁ ବନ୍ଦ ରହିବା ସହ ଅନ୍ତର୍ଜାତୀୟ ବିମାନ ଚଳାଚଳ, ସିନେମା ହଲ୍, ସୁଇମିଂ ପୁଲ୍ ମଧ୍ୟ ବନ୍ଦ ରହିବ । ସେହିଭଳି ଥିଏଟର, ଆସେମ୍ବ୍ଲି ହଲ୍, ସାମାଜିକ, ରାଜନୈତିକ କାର୍ଯ୍ୟ ଉପରେ କଟକଣା ବଳବତ୍ତର ରହିବ । ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନରେ ପାଠପଢ଼ା ବନ୍ଦ ରହିବ । ତେବେ ପରୀକ୍ଷାକୁ ଅନୁମତି ମିଳିଛି ।

କେନ୍ଦ୍ର ସରକାରଙ୍କ ନିୟମ ଭଳି ଅଗଷ୍ଟ ୫ରୁ ଯୋଗ କେନ୍ଦ୍ର ଓ ଜିମ୍ ଖୋଲାଯାଇପାରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

 

The post ଆଜିଠୁ ଅନଲକ୍-ଥ୍ରୀ; ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର appeared first on Odisha Reporter.



from Odisha Reporter https://ift.tt/3k0rBzm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages