ଦିନକରେ ଚିହ୍ନଟ ହେଲେ ୧୩୨୦ ଆକ୍ରାନ୍ତ, ଗଞ୍ଜାମରେ ସ୍ଥିତି ଅସମ୍ଭାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 24, 2020

ଦିନକରେ ଚିହ୍ନଟ ହେଲେ ୧୩୨୦ ଆକ୍ରାନ୍ତ, ଗଞ୍ଜାମରେ ସ୍ଥିତି ଅସମ୍ଭାଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୪  ଜିଲ୍ଲାରୁ ୧୩୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୮୭  ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୪୩୩ ଟି ହେଉଛି ଲୋକାଲ୍ କେସ୍‌।

ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ୫୦୦ ଉପରେ ରହୁଛି। ଗତକାଲି ୭୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୫୬୦।  ଏହା ତଳକୁ ରହିଛି ଖୋର୍ଦ୍ଧା। ଖୋର୍ଦ୍ଧା ଜିଲ୍ଲାରୁ ୧୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଜପତି ଓ ପୁରୀ ଜିଲ୍ଲାରୁ ୯୦ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ।

 

 

ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩ ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୧୫,୨୦୦  ଜଣ ସୁସ୍ଥ ହୋଇସାରିଥିବା ବେଳେ  ୮୬୫୦ ଜଣ ଚିକିତ୍ସାଧୀନ ଅଛନ୍ତି।

The post ଦିନକରେ ଚିହ୍ନଟ ହେଲେ ୧୩୨୦ ଆକ୍ରାନ୍ତ, ଗଞ୍ଜାମରେ ସ୍ଥିତି ଅସମ୍ଭାଳ appeared first on Odisha Reporter.



from Odisha Reporter https://ift.tt/30KDsIT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages