ଉର୍ଜିତ ପଟେଲଙ୍କ ବଡ଼ ଖୁଲାସା, ପୀୟୂଷ ଗୋଏଲ ଓ ସରକାରଙ୍କ ସହ ଥିଲା ମତଭେଦ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 24, 2020

ଉର୍ଜିତ ପଟେଲଙ୍କ ବଡ଼ ଖୁଲାସା, ପୀୟୂଷ ଗୋଏଲ ଓ ସରକାରଙ୍କ ସହ ଥିଲା ମତଭେଦ!

ନୂଆଦିଲ୍ଲୀ: କାର୍ଯ୍ୟକାଳ ପୂରଣ ହେବା ଆଗରୁ ଆରବିଆଇର ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇ ହଇଚଇ ସୃଷ୍ଟି କରିଥିବା ଉର୍ଜିତ ପଟେଲ ଏବେ ବଡ଼ ଖୁଲାସା କରିଛନ୍ତି। ତତ୍କାଳୀନ ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ଓ କେନ୍ଦ୍ର ସରକାରଙ୍କ ସହ ତାଙ୍କର ମତଭେଦ ରହିଥିବା ସେ ନିଜର ବହି Overdraft — saving the Indian saver ଜରିଆରେ ସଙ୍କେତ ଦେଇଛନ୍ତି।

ଏହି ବହିରେ ସେ ମତଭେଦ କଥା ଉଲ୍ଲେଖ କରିଥିଲେ ହେଁ କାହାର ନାଁ ନେଇ ନାହାନ୍ତି। କିନ୍ତୁ ୨୦୧୮ ଯେଉଁ ମଧ୍ୟଭାଗ କଥା ଶ୍ରୀ ପଟେଲ ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି ସେହି ସମୟରେ ପୀୟୂଷ ଗୋଏଲ କିଛି ମାସ ପାଇଁ ଅର୍ଥ ବିଭାଗ ସମ୍ଭାଳିଥିଲେ। ଶ୍ରୀ ଗୋଏଲ ୨୦୧୯ ମେ’ ମାସରୁ ଅଗଷ୍ଟ ଯାଏ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ଶ୍ରୀ ପଟେଲ ବହିରେ ଲେଖିଛନ୍ତି ଯେ ୨୦୧୮ ମଧ୍ୟ ଭାଗରେ ଅନେକ ବ୍ୟକ୍ତି ବିଶେଷ ଓ ସଂସ୍ଥାକୁ ଦେବାଳିଆ କରାଯାଉଥିବା ନିୟମରେ କୋହଳ ନିଷ୍ପତ୍ତି ନିଆଯାଇଥିଲା। ଏହାପୂର୍ବରୁ ଅଧିକାଂଶ ସମୟରେ ଅର୍ଥମନ୍ତ୍ରୀ ଓ ଉର୍ଜିତ ପଟେଲ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରୁଥିଲେ। ହେଲେ ଉକ୍ତ ନିଷ୍ପତ୍ତି ପରେ ଉର୍ଜିତ ପଟେଲ ଓ ସରକାରଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଯାଇଥିଲା।

ସରକାରଙ୍କ ଏପରି ନିଷ୍ପତ୍ତି ରିଜର୍ଭ ବ୍ୟାଙ୍କର ଭାବନାକୁ ମଧ୍ୟ ଆଘାତ ଦେଇଥିଲା। ଦେଶର ଅର୍ଥମନ୍ତ୍ରୀ ଥିବା ଅରୁଣ ଜେଟଲୀ ୨୦୧୮ ମେ’ ମାସରେ ଅସୁସ୍ଥ ହେବାରୁ ତାଙ୍କ ସ୍ଥାନରେ ଶକ୍ତି ମନ୍ତ୍ରୀ ଥିବା ଗୋଏଲଙ୍କୁ ମନ୍ତ୍ରୀ କରାଯାଇଥିଲା। ୨୦୧୮ରେ ଗୋଏଲ ଦେବାଳିଆ ଘୋଷଣା ନିୟମକୁ କୋହଳ କରିଥିଲେ ଓ ୯୦ ଦିନ ପରେ ମଧ୍ୟ କୌଣସି ଲୋନ୍‌କୁ ଏନପିଏ କୁହାଯିବ ନାହିଁ ବୋଲି କହିଥିଲେ। ଏହାଦ୍ୱାରା ଆରବିଆଇ ପ୍ରଣୟନ କରିଥିବା ନିୟମ ଦୁର୍ବଳ ହୋଇଥିଲା। ଏହି ଘୋଷଣା ପୂର୍ବରୁ ସରକାର କିମ୍ବା ଅର୍ଥମନ୍ତ୍ରୀ ଆରବିଆଇ ସହ କଥା ହୋଇ ନଥିବା ମଧ୍ୟ ପରୋକ୍ଷରେ ସୂଚନା ଦେଇଛନ୍ତି।

କାର୍ଯ୍ୟକାଳ ପୂରଣ ହେବାର ୮ ମାସ ପୂର୍ବରୁ ଶ୍ରୀ ପଟେଲ ନିଜ ପଦରୁ ଇସ୍ତଫା ଦେଇଥିଲେ। ୨୦୧୬ରେ ଦେଶରେ ବିମୁଦ୍ରାକରଣ ଲାଗୁ ହୋଇଥିଲେ ହେଁ ଏ ସମ୍ପର୍କରେ ଶ୍ରୀ ପଟେଲ ନିଜ ବହିରେ କିଛି ବି କହିନାହାନ୍ତି। ଉର୍ଜିତ ପଟେଲଙ୍କ କାର୍ଯ୍ୟକାଳ ସମୟରେ ୧୦ ଲକ୍ଷ କୋଟି ଟଙ୍କାର ବ୍ୟାଡ୍ ଲୋନ ଆଦାୟ ହୋଇପାରିଥିଲା। ନିୟମିତ ତଦାରଖ କରାଯିବାରୁ ଏହା ସମ୍ଭବ ହୋଇପାରି ଥିଲା ବୋଲି ସେ କହିଛନ୍ତି।

The post ଉର୍ଜିତ ପଟେଲଙ୍କ ବଡ଼ ଖୁଲାସା, ପୀୟୂଷ ଗୋଏଲ ଓ ସରକାରଙ୍କ ସହ ଥିଲା ମତଭେଦ! appeared first on Odisha Reporter.



from Odisha Reporter https://ift.tt/3jCZCFJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages