ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢ଼ିବା ସହ ଏହାର ଭିନ୍ନଭିନ୍ନ ଲକ୍ଷଣ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ପୂର୍ବରୁ ଜ୍ୱର, ଥଣ୍ଡା, ଛିଙ୍କ ଓ କାଶ ଭଳି ଲକ୍ଷଣକୁ ଦୃଷ୍ଟିରେ ରଖି କରୋନା ଟେଷ୍ଟ କରାଯାଉଥିଲା। ତେବେ ଜୁନ୍ ମାସରେ ଗଳା ପୋଡ଼ାଜଳା, ଆଖିର ରଙ୍ଗ ବଦଳିବା ଭଳି ଲକ୍ଷଣକୁ ବି କରୋନାର ସଙ୍କେତ ଭାବେ ବିବେଚନା କରାଗଲା।
ଏବେ ଆଉ ୩ ଲକ୍ଷଣକୁ ଏହି ତାଲିକାରେ ସାମିଲ ହୋଇଛି। ହାଇଦ୍ରାବାଦର ଚେଷ୍ଟ ଆଣ୍ଡ କିଙ୍ଗ କୋଟି ହସ୍ପିଟାଲର ଡାକ୍ତରମାନେ କହିଛନ୍ତି ଯେ, ସାଂଘାତିକ ଡାଇରିଆ, ବାନ୍ତି ଓ ମୁଣ୍ଡବିନ୍ଧା ବି କରୋନା ଲକ୍ଷଣ ହୋଇପାରେ। ତେଣୁ ଏଭଳି ଲକ୍ଷଣ ଥିବା ଲୋକମାନେ ତୁରନ୍ତ କରୋନା ପରୀକ୍ଷା କରାଇବା ଦରକାର। ସେହିପରି ଭାଇରସ ସେମାନଙ୍କ ଶରୀରରେ ବ୍ୟାପିବା ପୂର୍ବରୁ ଏହାର ଚିକିତ୍ସା ମଧ୍ୟ କରାଯିବା ଦରକାର।
କଫ, ଜ୍ୱର ଓ ନିଃଶ୍ୱାସ ନେବରେ କଷ୍ଟ ଅନୁଭବ କରୁ ନଥିବା ଅନେକ ଲୋକଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏମାନେ ଡାଇରିଆ, ବାନ୍ତି ଓ ମୁଣ୍ଡବିନ୍ଧା ଭଳି ସମସ୍ୟାରେ ପଡ଼ିଥିଲେ। ତେଣୁ ଡାକ୍ତରମାନଙ୍କ ମଧ୍ୟରେ ନୂଆ ଲକ୍ଷଣକୁ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହେବାରେ ଲାଗିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କରୋନା ଭାଇରସ ପାଗ ସହ ତାଳ ଦେଇ ଲୋକଙ୍କୁ ସଂକ୍ରମଣ କରିବା ପାଇଁ ତା’ର ଜେନୋମିକ୍ ଷ୍ଟ୍ରକଚର ମଧ୍ୟ ଏବେ ବଦଳାଇବାରେ ଲାଗିଛି।
ହସ୍ପିଟାଲର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି, “ଫୁଡ୍ ପଏଜନିଂ ଓ ପାଗରେ ପରିବର୍ତ୍ତନ ହେବା ଯୋଗୁ ସାଧାରଣତଃ ଲୋକମାନେ ଡାଇରିଆ, ବାନ୍ତି ଓ ମୁଣ୍ଡବିନ୍ଧା ସମସ୍ୟାରେ ପଡ଼ନ୍ତି। ସେମାନଙ୍କ ପେଟ ଖରାପ ହୋଇଥାଏ। କିନ୍ତୁ ଭାଇରସ ଆକ୍ରମଣ କରିବା ଯୋଗୁ ଲୋକମାନେ ଡାଇରିଆ, ବାନ୍ତି ଓ ମୁଣ୍ଡବିନ୍ଧା ସମସ୍ୟାରେ ପଡ଼ୁଛନ୍ତି।
ଭାଇରସ ସେମାନଙ୍କ ଫୁସଫୁସ ପରିବର୍ତ୍ତେ ପ୍ରଥମେ ଗ୍ୟାଷ୍ଟ୍ରୋ-ଇଣ୍ଟେନସିଆଲ ଟ୍ରାକ୍କୁ ଆକ୍ରମଣ କରୁଛି। ଫଳରେ ଲୋକମାନଙ୍କ ଶରୀରରେ ଉପରୋକ୍ତ ୩ ଲକ୍ଷଣ ଦେଖାଯାଉଛି। ଏହି ଲକ୍ଷଣ ଥିବା ଲୋକମାନେ ଦୁର୍ବଳ ଅନୁଭବ କରିବା ସହ ସେମାନଙ୍କ ଶରୀରରୁ ଠିକ ଭାବେ ଅମ୍ଳଜାନ ଯାଇ ନଥାଏ। ସେହିପରି ଲୋକ ବିପି, ଲୋକ ସୁଗାର ଓ ଅଚାନକ କୋଲାପ୍ସଡ ହୋଇଯାଇଥାଆନ୍ତି।”
The post ସାମ୍ନାକୁ ଆସିଲା କରୋନାର ଆଉ ୩ ନୂଆ ଲକ୍ଷଣ, ଏମିତି ସମସ୍ୟା ହେଲେ କୋଭିଡ୍ ଟେଷ୍ଟ ଜରୁରୀ appeared first on Odisha Reporter.
from Odisha Reporter https://ift.tt/3ivYFyp
No comments:
Post a Comment