ନୂଆଦିଲ୍ଲୀ: ଦୀର୍ଘ ବର୍ଷ ହେଲା ପ୍ରିୟଙ୍କା ଗାନ୍ଧି ଭଦ୍ରା ରହୁଥିବା ସରକାରୀ ବଙ୍ଗଳାକୁ ଏବେ କେନ୍ଦ୍ର ସରକାର ବିଜେପି ମଡିଆ ସେଲ ମୁଖ୍ୟ ଅନୀଲ ବାଲୁନିଙ୍କୁ ଦେଇଛନ୍ତି। ପ୍ରିୟଙ୍କା ଘର ଖାଲି କରିବା ପରେ ଦିଲ୍ଲୀର ଲୋଧି ରୋଡ୍ ସ୍ଥିତ ସରକାରୀ ବଙ୍ଗଳାରେ ବିଜେପିର ଅନୀଲ ରହିବେ। କେନ୍ଦ୍ର ହାଉସିଂ ଓ ଅର୍ବାନ ବ୍ୟାପାର ମନ୍ତ୍ରଣାଳୟର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ଜୁଲାଇ ୧ ତାରିଖରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରିୟଙ୍କାକୁ ଅଗଷ୍ଟ ୧ ମଧ୍ୟରେ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୧୯୯୭ରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏହି ଥ୍ରୀ-ରୁମ ଟାଇପ୍ ଭିଆଇ ବଙ୍ଗଳାରେ ରହୁଥିଲେ। ହେଲେ ପ୍ରିୟଙ୍କା ଠାରୁ କେନ୍ଦ୍ର ସରକାର ଏସପିଜି ସୁରକ୍ଷା ପ୍ରତ୍ୟାହାର କରି ନେବାରୁ ମନ୍ତ୍ରଣାଳୟ ମଧ୍ୟ ତାଙ୍କୁ ମିଳିଥିବା ସରକାରୀ ବଙ୍ଗଳାକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା। ପ୍ରିୟଙ୍କା ମଧ୍ୟ ଅଗଷ୍ଟ ୧ ସୁଦ୍ଧା ବଙ୍ଗଳା ଖାଲି କରି ଲକ୍ଷ୍ନୌ ଚାଲିଯିବେ ବୋଲି ଜଣାପଡ଼ିଛି।
ମନ୍ତ୍ରଣାଳୟର ଅଧିକାରୀ ଜଣଙ୍କ କହିଛନ୍ତି, “ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବଙ୍ଗଳା ଏବେ ଅନୀଲ ବାଲୁନିଙ୍କୁ ଆଲୋଟମେଣ୍ଟ କରାଯାଇଛି। ସେ ଏଠାରେ ରହିବା ପାଇଁ ଅନୁରୋଧ କରିଥିଲେ। କଂଗ୍ରେସ ନେତ୍ରୀ ବଙ୍ଗଳା ଖାଲି ପଡ଼ିବା ପରେ ସେ ଏଠାକୁ ଆସିବେ।”
ସୂଚନା ଅନୁଯାୟୀ, ଅନୀଲ କ୍ୟାନସର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ଲୋଧି ରୋଡ୍ରେ ରହିବାକୁ ସରକାରଙ୍କୁ ଜଣାଇଥିଲେ। ଏହକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅନୀଲଙ୍କୁ ଏବେ ସରକାରୀ ବଙ୍ଗଳା ଆଲୋଟ କରିଛନ୍ତି।
The post ପ୍ରିୟଙ୍କା ଗାନ୍ଧିଙ୍କ ଠାରୁ ନେଇ ଗଲେ, ବିଜେପି ମିଡିଆ ମୁଖ୍ୟଙ୍କୁ ବଙ୍ଗଳା ଦେଲେ ସରକାର appeared first on Odisha Reporter.
from Odisha Reporter https://ift.tt/2ACFAcU
No comments:
Post a Comment