ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇଲା ମ୍ୟାଟ୍ରିକ ରେଜଲ୍ଟ। ବୋର୍ଡ ପକ୍ଷରୁ ଭିଡିଓ ରିଲିଜ ଜରିଆରେ ରେଜଲ୍ଟ ପ୍ରକାଶ ପାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବିଧିବଦ୍ଧ ଭାବେ ଏହା ଘୋଷଣା କରିଛନ୍ତି।
ଚଳିତ ବର୍ଷ ପାସ୍ ହାର ୭୮.୭୬ % ରହିଛି, ଯାହା ଗତ ବର୍ଷ ତୁଳନାରେ ବେଶ୍ ଅଧିକ ରହିଛି। ଗତବର୍ଷ ପାସ୍ ହାର ୭୦.୭୮% ରହିଥିଲା।
ଏଥର ମୋଟ ୫,୩୪,୮୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪,୨୧,୨୫୬ ଜଣ ପାସ୍ କରିଛନ୍ତି। ୧୨୭୯ ଜଣ A1 ଗ୍ରେଡ୍ରେ ପାସ୍ କରିଥିବା ବେଳେ A2 ଗ୍ରେଡ୍ରେ ୮୪୫୮ ଜଣ, B1 ଗ୍ରେଡ୍ରେ ୧୮,୧୮୮, B2 ଗ୍ରେଡ୍ରେ ୩୧,୩୨୮, C ଗ୍ରେଡ୍ରେ ୪୯,୧୫୩, D ଗ୍ରେଡ୍ରେ ୮୯,୫୫୬, E ଗ୍ରେଡ୍ରେ ୨,୨୩,୧୯୫ ଜଣ ପାସ୍ କରିଛନ୍ତି।
ଗତବର୍ଷ ରାଜ୍ୟର ୮୨ଟି ସ୍କୁଲ ରେଜଲ୍ଟ ଶୂନ ଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୩୧କୁ ଖସି ଆସିଥିବା ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି। ସେହିପରି ଛାତ୍ରୀମାନଙ୍କ ପାସ୍ ହାର ଛାତ୍ରମାନଙ୍କ ଅପେକ୍ଷା ଅଧିକ ରହିଛି। ୨୧୫୩୬୭ ଛାତ୍ରୀ ପାସ୍ କରିଥିବା ବେଳେ ୧୯୨୫୦୧ ଛାତ୍ର ପାସ୍ କରିଛନ୍ତି।
ସେହିପରି ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷାରେ ପାସ୍ ହାର ୪୦.୧୮% ଓ ମଧ୍ୟମା (ସଂସ୍କୃତ)ରେ ପାସ୍ ହାର ୯୭.୧୮% ରହିଛି।
ଦିନ ସାଢ଼େ ୧୧ଟାରୁ ପିଲାମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ । ବୋର୍ଡର ୨ଟି ୱେବସାଇଟ ଓ SMSରେ ମିଳିପାରିବ ରେଜଲ୍ଟ। ରେଜଲ୍ଟ ୱେବସାଇଟ୍ ଗୁଡ଼ିକ ହେଲା- www. bseodisha.ac.in ଏବଂ www.bseodisha.nic.in। ସେହିପରି 5676750 ନମ୍ବରରେ ନାଁ ଓ ରୋଲ ନମ୍ବର ଲେଖି ପଠାଇଲେ SMSରେ ମଧ୍ୟ ରେଜଲ୍ଟ ମିଳିବ ।
ଏଥର ରାଜ୍ୟର ପ୍ରାୟ ୫ ଲକ୍ଷ ୬୦ ହଜାର ପରିକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୬୦ଟି କେନ୍ଦ୍ରରେ ହୋଇଥିଲା ମୂଲ୍ୟାଙ୍କନ। ଗତ ଫେବୃଆରୀ ୧୯ ତାରିଖରେ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ତାରିଖରେ ଶେଷ ହୋଇଥିଲା। ଏହାପରେ ମେ’ ୨୬ ତାରିଖରୁ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା।
The post ପ୍ରକାଶ ପାଇଲା ମ୍ୟାଟ୍ରିକ ରେଜଲ୍ଟ appeared first on Odisha Reporter.
from Odisha Reporter https://ift.tt/2X8fOFc
No comments:
Post a Comment