କଟକ(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ମ୍ୟାଟ୍ରିକ ରେଜଲ୍ଟ ଆଜି ପ୍ରକାଶ ପାଇଛି। ପାସ୍ ହାରରେ ପୁଅଙ୍କୁ ପଛରେ ପକାଇଲେ ଝିଅ। ଝିଅଙ୍କ ପାସ୍ ହାର ୮୧.୯୮% ଥିବା ବେଳେ ପୁଅଙ୍କ ପାସ୍ ହାର ରହିଛି ୭୭.୮%। ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ୭୮.୭୬% ରହିଛି।
ବହୁ ଘାତ ପ୍ରତିଘାତ ମଧ୍ୟରେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଫଳ ବାହାରିଥିବା ବେଳେ ରେଜଲ୍ଟ ମଧ୍ୟ ବେଶ୍ ଉତ୍ସାହଜନକ ରହିଛି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମ୍ୟାଟ୍ରିକ ପାସ୍ ହାର ବେଶ୍ ଭଲ ହୋଇଛି। ଗତ ବର୍ଷ ୮୨ଟି ସ୍କୁଲରେ କେହି ପାସ୍ କରି ନ ଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୩୧କୁ ଖସି ଆସିଛି ବୋଲି କହିଛନ୍ତି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ।
ଗତବର୍ଷ ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ ପାସ୍ ହାର ଥିଲା ୮୫.୪୮%। ସେହିପରି କୋରାପୁଟରେ ସର୍ବନିମ୍ନ ପାସ୍ ହାର ଥିଲା ୫୦.୬୧ %।
The post ମ୍ୟାଟ୍ରିକ ରେଜଲ୍ଟ ; ପୁଅଙ୍କୁ ପଛରେ ପକାଇଲେ ଝିଅ appeared first on Odisha Reporter.
from Odisha Reporter https://ift.tt/3jRwbzZ
No comments:
Post a Comment