କରୋନା ପ୍ରଭାବ: ଫିଲ୍ମ ନିର୍ଦ୍ଦେଶକ ଖୋଲିଲେ ଗ୍ରୋସରୀ ଦୋକାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 6, 2020

କରୋନା ପ୍ରଭାବ: ଫିଲ୍ମ ନିର୍ଦ୍ଦେଶକ ଖୋଲିଲେ ଗ୍ରୋସରୀ ଦୋକାନ

ଚେନ୍ନାଇ: କରୋନା ଜନିତ କଟକଣା ଯୋଗୁ ସାରା ଦେଶରେ ଫିଲ୍ମ ଶୁଟିଂ ବନ୍ଦ ରହିଛି। ଫଳରେ ଏହି ଶିଳ୍ପ ସହିତ ଜଡ଼ିତ ଅନେକ ଲୋକ ସମସ୍ୟା ଦେଇ ଗତି କରୁଛନ୍ତି। ତେବେ ଏଭଳି ଏକ ସମୟରେ ଘରେ ବସି ନରହି କିଛି ଅଲଗା କରିବାକୁ ଚିନ୍ତା କରି ଗ୍ରୋସରୀ ଦୋକାନଟିଏ ଖୋଲିଛନ୍ତି ତାମିଲନାଡୁର ଜଣେ ଫିଲ୍ମ ନିର୍ଦ୍ଦେଶକ। ତାଙ୍କ ଆନନ୍ଦ।

ସେ ୧୦ ବର୍ଷ ହେଲାଣି ତାମଲି ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରୁଛନ୍ତି। ତେବେ କରୋନା ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ କଟକଣା ଜାରି ହେବା ଓ ଏହା ଯୋଗୁ ଫିଲ୍ମ ଶୁଟିଂ ବନ୍ଦ ରହିବାରୁ ସେ ଅନ୍ୟମାନଙ୍କ ଭଳି ଘରେ ବନ୍ଦୀ ହୋଇ ରହିଲେ। ଏହି ସମୟରେ ସେ ଦେଖିଲେ ଗ୍ରୋସରୀ ଓ ପନିପରିବା ଦୋକାନ ଖୋଲା ରହୁଛି। ଏଣୁ ଘରେ ବସି ନ ରହି ସେ ଗ୍ରୋସରୀ ଦୋକାନଟିଏ ଖୋଲିବାକୁ ଚିନ୍ତା କଲେ। ଏଣୁ ନିଜର ଜମାପୁଞ୍ଜିକୁ ସେ ଏଥିରେ ନିବେଶ କଲେ। ସେ ତାଙ୍କର ଜଣେ ବନ୍ଧୁଙ୍କ ଠାରୁ ଘରଟିଏ ଭଡ଼ା ନେଇ ଗ୍ରୋସରୀ ଦୋକାନ ଆରମ୍ଭ କଲେ। ଚେନ୍ନାଇର ମୋୱଲିବକ୍କମ ଅଞ୍ଚଳରେ ସେ ଏହି ଦୋକାନଟି ଖୋଲିଛନ୍ତି।

ଆନନ୍ଦ କହିଛନ୍ତି, ଅଧିକରୁ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ମୁଁ ତେଲ, ଡାଲି, ଚାଉଳ ଠାରୁ ଆରମ୍ଭ କରି ସବୁ ଜିନିଷ କମ୍ ଦାମ୍‌ରେ ବିକ୍ରି କରୁଛି। ଏଥିରେ ମୁଁ ଖୁସି ଅଛି।

ସେ କହିଛନ୍ତି, ମୁଁ ଅନୁଭବ କରୁଛି ଯେ ଏ ବର୍ଷ ଆଉ ସିନେମା ଘର ଗୁଡ଼ିକ ଖୋଲିବ ନାହିଁ। କାରଣ ପ୍ରଥମେ ଲୋକଙ୍କ ଭୟ ଦୂର ହେବା ଆବଶ୍ୟକ। ମଲ୍‌, ପାର୍କ ଓ ସମୁଦ୍ର କୂଳ ଖୋଲିଲା ପରେ ଯାଇ ସିନେମା ଘର ଗୁଡ଼ିକ ଖୋଲିବ। ସେତେବେଳେ ଯାଇ ପୁଣି ଫିଲ୍ମି କ୍ୟାରିୟର ଆଗକୁ ଗଡ଼ିବ। ସେ ପର୍ଯ୍ୟନ୍ତ ମୁଁ ମୋର ଏହି ଗ୍ରୋସରୀ ଦୋକାନ ଚଲାଇବି।

ଆନନ୍ଦ ”Oru Mazhai Naangu Saaral,”, ”Mouna Mazhai” ଭଳି ଫିଲ୍ମ କରିଛନ୍ତି। ତାଙ୍କ ନୂଆ ଫିଲ୍ମ ”Thuninthu Sei,” ଶେଷ ଷ୍ଟେଜ୍‌ରେ ରହିଛି। ଏହାର ଆଉ ଦୁଇଟି ଗୀତର ଶୁଟିଂ ବାକି ରହିଛି।

The post କରୋନା ପ୍ରଭାବ: ଫିଲ୍ମ ନିର୍ଦ୍ଦେଶକ ଖୋଲିଲେ ଗ୍ରୋସରୀ ଦୋକାନ appeared first on Odisha Reporter.



from Odisha Reporter https://ift.tt/38Fl3kn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages