ରାଉରକେଲା(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଗିରଫ ହୋଇଛନ୍ତି ବିରମିତ୍ରପୁର ସରକାରୀ ଡାକ୍ତରଖାନାର ଡାକ୍ତର ଦେବାଶିଷ ଘୋଷ। ନାବାଳିକାଙ୍କ ଗର୍ଭପାତ କରାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଟିମ୍ ଆଜି ସକାଳେ ସମ୍ପୃକ୍ତ ଡାକ୍ତରଙ୍କୁ ପଚରାଉଚରା ପାଇଁ ବିରମିତ୍ରପୁର ଥାନାକୁ ଡାକିଥିଲା। ସେଠାରେ ଦୀର୍ଘ ସମୟ ଜେରା ପରେ ତାଙ୍କୁ ଗିରଫ କରାଯାଇଛି।
ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୀରମିତ୍ରପୁରର ବହିଷ୍କୃତ ପୂର୍ବତନ ଥାନା ଅଧିକାରୀ ଆନନ୍ଦ ମାଝି ପୂର୍ବରୁ ଗିରଫ ହୋଇ ଜେଲ୍ରେ ଥିବା ବେଳେ ଏବେ ଅଭିଯୁକ୍ତ ଡାକ୍ତର ଗିରଫ ହୋଇଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ଆନନ୍ଦ ଏବେ ଜେଲ୍ରେ ଅଛନ୍ତି। ତାଙ୍କୁ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ଅନୁଗୁଳ ବଇଣ୍ଡା ଅଞ୍ଚଳର ଏକ ଜଙ୍ଗଲରୁ ଗିରଫ କରିଥିଲା।
ସୂଚନାଯୋଗ୍ୟ, ଜଣେ ଅସହାୟ ନାବାଳିକାକୁ ବଳାତ୍କାର ଓ ଗର୍ଭପାତ ମାମଲାରେ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୪ ଜଣ ଏବେ ବି ଫେରାର ଅଛନ୍ତି।
The post ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା; ଗିରଫ ହେଲେ ଡାକ୍ତର appeared first on Odisha Reporter.
from Odisha Reporter https://ift.tt/2BKaf8B
No comments:
Post a Comment