ବନ୍ଧୁତାକୁ ସମ୍ମାନ; ମୃତ୍ୟୁ ପରେ କୁକୁରକୁ ଦିଆଗଲା ପୁଲିସ ମର୍ଯ୍ୟାଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 29, 2020

ବନ୍ଧୁତାକୁ ସମ୍ମାନ; ମୃତ୍ୟୁ ପରେ କୁକୁରକୁ ଦିଆଗଲା ପୁଲିସ ମର୍ଯ୍ୟାଦା

ନରଙ୍ଗପୁର(ନବଘନ ବିଷୋୟୀ): କୁହାଯାଏ କୁକୁର ହିଁ ମଣିଷର ପ୍ରକୃତ ବନ୍ଧୁ। ହେଲେ ପୋଷା କୁକୁରର ମୃତ୍ୟୁ ପରେ ବି ବନ୍ଧୁତାକୁ ସମ୍ମାନ ଦେବାକୁ ଯାଇ ମଣିଷ କ’ଣ କରିପାରେ ତାର ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ। ପୁଲିସ ଫୋର୍ସରେ ଥିବା ସନ୍ଧାନୀ କୁକୁର ‘ତାରାର ଗତକାଲି ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାକୁ ୧୩ ବର୍ଷ ହୋଇଥିଲା। ମୃତ୍ୟୁ ପରେ ପୁଲିସ ମର୍ଯ୍ୟାଦା ଦେଇ ତାର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଯାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

“ତାରା “୨୦୦୯ ମସିହାରେ ପ୍ରଥମେ କୋରାପୁଟ ଜିଲ୍ଲା ପୁଲିସ ଫୋର୍ସରେ ଯୋଗ ଦେଇଥିଲା। ପୁଲିସ ଫୋର୍ସରେ ଯୋଗ ଦେବା ପୂର୍ବରୁ ସେ କଟକରେ ଟ୍ରେନିଂ ନେଇଥିଲା l କୋରାପୁଟ ପୁଲିସରେ ତାରା ୨୦୦୯ରୁ ୨୦୧୮ ମସିହା ପର୍ଯ୍ୟନ୍ତ କାମ କରିଥିଲା। ୨୦୧୮ ମସିହାରେ ସେ ନବରଙ୍ଗପୁର ପୁଲିସ୍‌  ମୁଖ୍ୟାଳୟରେ ଯୋଗ ଦେଇଥିଲା।

ଏହି ୧୧ବର୍ଷ କାର୍ଯ୍ୟକାଳ ମଧ୍ୟରେ ୫୦ଊର୍ଦ୍ଧ୍ୱ ହତ୍ୟା, ଡକାୟତ ଇତ୍ୟାଦି କେସକୁ ସଫଳତା ପୂର୍ବକ ସମାଧାନ କରି ପୁଲିସକୁ ସାହାଯ୍ୟ କରିଛି ତାରା । ଯାହା ପାଇଁ କୋରାପୁଟ ପୁଲିସ୍ ପକ୍ଷରୁ ୨୦୧୭ ମସିହାରେ ତାକୁ ସମ୍ମାନିତ କରାଯାଇଥିଲା।

ତାରକୁ ମିଳିଥିଲା ଅନେକ ସଫଳତା-

୨୦୧୬ ମସିହାରେ ଦମନଯୋଡିଠାରେ ଘଟିଥିବା ତନ୍ତ୍ରମନ୍ତ୍ର ପାଇଁ ନାବାଳିକାକୁ ନିର୍ମମ ଭାବେ ହତ୍ୟା ଘଟଣାରେ ତାରା ମୁଖ୍ୟ ଭୂମିକା ଗ୍ରହଣ କରି ସଫଳତା ପୂର୍ବକ ଅଭିଯୁକ୍ତକୁ ଧରିଥିଲା।

ସେହିଭଳି ୨୦୧୩ ମସିହାରେ ବିଶ୍ୱନାଥପୁର ଗାଁରେ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଘଟଣାରେ ମଧ୍ୟ ସଫଳତା ପାଇଥିଲା ତାରା l ଏଭଳି ଅନେକ ଘଟଣାର ପର୍ଦାଫାଶ କରିଥିଲା ଏହି ସନ୍ଧାନୀ କୁକୁର ତାରା l ଗତକାଲି ତାରା ମୃତ୍ୟୁପରେ ନବରଙ୍ଗପୁର ଏସପି ଶୋକ ପ୍ରକାଶ କରିଛନ୍ତି।

The post ବନ୍ଧୁତାକୁ ସମ୍ମାନ; ମୃତ୍ୟୁ ପରେ କୁକୁରକୁ ଦିଆଗଲା ପୁଲିସ ମର୍ଯ୍ୟାଦା appeared first on Odisha Reporter.



from Odisha Reporter https://ift.tt/3hPY0GQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages