ଝିଅ ଜନ୍ମ ଦେଇ ଆଖି ବୁଜିଲେ ପ୍ରସୂତି; ଉତ୍ତେଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 29, 2020

ଝିଅ ଜନ୍ମ ଦେଇ ଆଖି ବୁଜିଲେ ପ୍ରସୂତି; ଉତ୍ତେଜନା

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତଦେହ ରଖି ପରିବାର ଲୋକେ ହସପିଟାଲର ମହିଳା ଓ ଶିଶୁ ବିଭାଗ ଆଗରେ ଧାରଣାରେ ବସିଥିଲେ।

ସୂଚନା ଅନୁସାରେ,  ଗତକାଲି ମାଳଗୋଦାମପଡାର ପପୁ ହରିପାଲଙ୍କ ସ୍ତ୍ରୀ ପ୍ରମିଳାଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ସେ ଝିଅଟିଏ ଜନ୍ମ ଦେଇଥିଲେ। ଏହାପରେ ଅଧିକ ରକ୍ତସ୍ରାବ ହୋଇ ତାଙ୍କ ମୃତ୍ୟୁ ଘଟିଥିଲା ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଥିଲେ। ହେଲେ ଚିକିତ୍ସାରେ ଅବହେଳା ଯୋଗୁ ପ୍ରମିଳାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।  ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ମହିଳା ଓ ଶିଶୁ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ପରିବାର ଲୋକେ ଧାରଣାରେ ବସିଥିଲେ।

ଖବର ପାଇ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି  ମୃତକଙ୍କ ପରିବାରକୁ ବୁଝାସୁଝା କରିଥିଲେ। ଏଥିସହ ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା,  ମୃତଦେହ ସଂସ୍କାର ପାଇଁ ମ୍ୟୁନିସିପାଲଟି ଖର୍ଚ୍ଚ ଦିଆଯିବ ଓ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହାପରେ ମୃତକଙ୍କ ପରିବାର ଲୋକେ ଧାରଣାରୁ ହଟିଥିଲେ। ଏ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

The post ଝିଅ ଜନ୍ମ ଦେଇ ଆଖି ବୁଜିଲେ ପ୍ରସୂତି; ଉତ୍ତେଜନା appeared first on Odisha Reporter.



from Odisha Reporter https://ift.tt/39CzxSH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages