ନୂଆଦିଲ୍ଲୀ: ଦେଶରେ କରୋନା ମୁକାବିଲା ବେକାବୁ ହେଉଥିବାରୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। କରୋନର ମୁକାବିଲା ପାଇଁ ଟ୍ରେସିଂ ଓ ଆଇସୋଲେଟ ପ୍ରମୁଖ ଅସ୍ତ୍ର ହୋଇଥିବାରୁ ଏହାକୁ ଗୁରୁତ୍ୱର ସହ କରିବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କହିଛନ୍ତି।
କରୋନାରେ ସଂକ୍ରମିତ ହେଉଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ କରି ସେମାନଙ୍କୁ ତୁରନ୍ତ ଆଇସୋଲେସନ କରିବାକୁ କେନ୍ଦ୍ର ସରକାର ୭୨ ଘଣ୍ଟା ସମୟ ଦେଇଛନ୍ତି। ୭୨ ଘଣ୍ଟା ମଧ୍ୟରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୮୦% ଲୋକଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ କେନ୍ଦ୍ର ସରକାର କହିଛନ୍ତି।
ଦେଶରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବା ସହ ଟେଷ୍ଟିଂକୁ ମଧ୍ୟ ଜୋରଦାର କରାଯାଉଛି। ତେଣୁ ବିଭିନ୍ନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ତେଣୁ କେନ୍ଦ୍ର ସରକାର ତୁରନ୍ତ ଏହାର ମୁକାବିଲା କରିବା ପାଇଁ ରାଜ୍ୟଗୁଡ଼ିକୁ କଣ୍ଟାକ୍ଟ ଟ୍ରେସିଂ ପାଇଁ ୭୨ ଘଣ୍ଟାର ସମୟ ଦେଇଛନ୍ତି। ଏହାଦ୍ୱାରା ସଂକ୍ରମିତ ହେଉଥିବା ଲୋକମାନେ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିବେ ନାହିଁ ବୋଲି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।
The post କରୋନା ମୁକାବିଲା: ରାଜ୍ୟଗୁଡ଼ିକୁ ୭୨ ଘଣ୍ଟାର ସମୟ ଦେଲା କେନ୍ଦ୍ର appeared first on Odisha Reporter.
from Odisha Reporter https://ift.tt/2Cehs0E
No comments:
Post a Comment