କାହିଁକି ୫ ବର୍ଷ ପାଇଁ ଦାଦାଙ୍କୁ ଟିମ୍‌ରୁ ବାଦ ଦେଇଥିଲା ବିସିସିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 7, 2020

କାହିଁକି ୫ ବର୍ଷ ପାଇଁ ଦାଦାଙ୍କୁ ଟିମ୍‌ରୁ ବାଦ ଦେଇଥିଲା ବିସିସିଆଇ

କୋଲକତା: ଭାରତର ଅନ୍ୟତମ ସଫଳ ଅଧିନାୟକ, ପ୍ରିନ୍ସ ଅଫ କୋଲକାତା ଓ ବର୍ତ୍ତମାନର ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲି ଆଜି ୪୮ ବର୍ଷ ବୟସରେ ପାଦ ଦେଇଛନ୍ତି। ମହେନ୍ଦ୍ର ସିଂହ ଠାରୁ ଆରମ୍ଭ କରି ବୀରେନ୍ଦ୍ର ସେହାୱାଗ ହୁଅନ୍ତୁ କିମ୍ବା ଯୁବରାଜ ସିଂହ, ଏମାନେ ସମସ୍ତେ ଗାଙ୍ଗୁଲିଙ୍କ ପାଇଁ ଆଜି ଷ୍ଟାର ହୋଇପାରିଛନ୍ତି। କାରଣ ଗାଙ୍ଗୁଲି ହିଁ ଏହି ଯୁବ ତାରକାମାନଙ୍କୁ କ୍ୟାରିୟର ଆରମ୍ଭ କରିବା ବେଳେ ସମର୍ଥନ କରି ଟିମ୍‌ରେ ସୁଯୋଗ ଦେଇଥିଲେ।

ଗାଙ୍ଗୁଲି ଏମିତି କିଛି ନିଷ୍ପତ୍ତି ନେଇଥିଲେ, ଯାହାଦ୍ୱାରା ସବୁ ଦିନ ପାଇଁ ଟିମ୍‌ ଇଣ୍ଡିଆର ରୂପ ବଦଳି ଯାଇଥିଲା। ସେହୱାଗଙ୍କୁ ଓପନ କରିବା ପାଇଁ ଗାଙ୍ଗୁଲି ହିଁ ପ୍ରଥମେ ସୁଯୋଗ ଦେଇଥିଲେ। ସେହିପରି ଧୋନିଙ୍କୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୩ ନଂରେ ବ୍ୟାଟିଂ କରିବାକୁ କହି ଦାଦା ଗେମ ଚେଞ୍ଜର ସାବ୍ୟସ୍ତ ହୋଇଥିଲେ। ରାହୁଲ ଡ୍ରାଭିଡ୍‌ଙ୍କୁ କିପିଂ କରିବାର ପରାମର୍ଶ ବି ଗାଙ୍ଗୁଲି ହିଁ ଦେଇଥିଲେ। ତେଣୁ ଭାରତୀୟ କ୍ରିକେଟ ପାଇଁ ଦାଦା ଅନେକ କିଛି କରିଛନ୍ତି।

୧୯୭୨ ମସିହା ଆଜିର ଦିନରେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ ଏହି ମହାନ କ୍ରିକେଟର। ଏକ ଆଭିଜାତ୍ୟ ସମ୍ପନ୍ନ ଘରେ ଜନ୍ମ ହୋଇଥିବାରୁ ତାଙ୍କ ଡାକ ନାଁ ଥିଲା ମହାରାଜା। କୋଲକତାରେ ଫୁଟବଲ ବେଶ ଲୋକପ୍ରିୟ ଥିଲା। ତେଣୁ ଗାଙ୍ଗୁଲି ଏଥିପ୍ରତି ଆକର୍ଷିତ ହୋଇଥିଲେ। କିନ୍ତୁ ତାଙ୍କ ଭାଗ୍ୟ ତାଙ୍କୁ କ୍ରିକେଟ ଆଡ଼କୁ ଟାଣି ଆଣିଥିଲା।

ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଗାଙ୍ଗୁଲି କ୍ରିକେଟ କୋଚିଂରେ ଆଡମିଶନ କରାଇ ନିଜର ସଫର ଆରମ୍ଭ କରିଥିଲେ। ପ୍ରଥମରୁ ଦାଦା ଡାହାଣ ହାତରେ ସବୁ କିଛି କରୁଥିଲେ। ହେଲେ ସେ ବାମ ହାତରେ ବ୍ୟାଟିଂ କରିବାକୁ ଆଗ୍ରହ ପ୍ରକାଶ କରି ଏହା ଉପରେ ହିଁ ଫୋକସ କରିଥିଲେ। କାରଣ ତାଙ୍କ ଭାଇ ସ୍ନେହାଶିଷ ବାମହାତୀ କ୍ରିକେଟର ଥିଲେ ଓ ବେଙ୍ଗଲ କ୍ରିକେଟରେ ତାଙ୍କର ବେଶ ଦବଦବା ରହିଥିଲା। ସ୍ନେହାଶିଷଙ୍କ କ୍ରିକେଟ କିଟ୍‌ ବ୍ୟବହାର କରିବା ପାଇଁ ଗାଙ୍ଗୁଲି ବାମହାତରେ ହିଁ ଅଭ୍ୟାସ ଆରମ୍ଭ କରିଥିଲେ।


୧୯୯୦-୯୧ ରଣଜୀ ସିଜନ ପରେ ଦାଦା ୧୯୯୧ ଜାନୁଆରୀ ୧୧ରେ ଭାରତ ପାଇଁ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆରେ ଡେବ୍ୟୁ କରିଥିଲେ। ହେଲେ ସେ ଏହି ମ୍ୟାଚ୍‌ରେ ମାତ୍ର ୩ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଗାଙ୍ଗୁଲି ବେଶ ଅହଂକାରୀ ଓ ସେ ନିଜର ସାଥୀ ଖେଳାଳିଙ୍କ ପାଇଁ ପାଣି ନେବାକୁ ମନା କରୁଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବେଶ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା। ଏଥିପାଇଁ ତାଙ୍କୁ ଜାତୀୟ ଟିମ୍‌ରୁ ବାଦ ଦିଆଯାଇଥିଲା।

ଏହାପରେ ଗାଙ୍ଗୁଲି ୧୯୯୩-୯୪ ଓ ୧୯୯୫-୯୬ ରଣଜୀ ସିଜିନ୍‌ରେ ନିଜର ଆକ୍ରମଣାତ୍ମକ ରୂପ ଦେଖାଇ ରନ୍‌ ବର୍ଷା କରାଇଥିଲେ। ଫଳରେ ତାଙ୍କୁ ୧୯୯୬ ମସିହାରେ ଇଂଲଣ୍ଡ ଟୁର୍‌ ପାଇଁ ଚୟନ କରାଯାଇଥିଲା। ଏହି ସିରିଜ୍‌ରେ ସେ ମାତ୍ର ଗୋଟିଏ ଦିନିକିଆ ମ୍ୟାଚ୍‌ ଖେଳିଥିଲେ।

ଇଂଲଣ୍ଡ ବିପକ୍ଷ ୩ଟିକିଆ ଟେଷ୍ଟ ସିରିଜ୍‌ରୁ ତାଙ୍କୁ ବାଦ୍‌ ଦିଆଯାଇଥିଲା। ହେଲେ ନବଜୋତ ସିଂହ ସିଦ୍ଧୁ ଅସୁସ୍ଥ ହେବାରୁ ତତ୍କାଳୀନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ହିଁ ଦ୍ୱିତୀୟ ଟେଷ୍ଟରେ ଗାଙ୍ଗୁଲିଙ୍କୁ ଖେଳିବାର ସୁଯୋଗ ଦେଇଥିଲେ। ପ୍ରଥମ ମ୍ୟାଚ୍‌ରେ ହିଁ ସେ ଲର୍ଡସରେ ଶତକ ହାସଲ କରିଥିଲେ। ତୃତୀୟ ଟେଷ୍ଟରେ ପ୍ରଥମ ଇନିଂସ୍‌ରେ ସେ ୧୩୬ ରନ୍‌ କରିଥିଲେ। ଏହି ସମୟରେ ସେ ସଚିନ ତେନ୍ଦୁଲକରଙ୍କ ସହ ୨୫୫ ରନ୍‌ର ଭାଗିଦାରୀ ମଧ୍ୟ କରିଥିଲେ।


ଦ୍ୱିତୀୟ ଇନିଂସ୍‌ରେ ଦାଦା ୪୮ ରନ୍‌ର ଇନିଂସ ଖେଳିଥିଲେ ହେଁ ମ୍ୟାଚ୍‌ ଡ୍ର’ ହୋଇଥିଲା। ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ୨୦୦୦ ମସିହାରେ ସଚିନ ତେନ୍ଦୁଲକର ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ଗାଙ୍ଗୁଲିଙ୍କୁ ଟିମ୍‌ ଇଣ୍ଡିଆର ଅଧିନାୟକ କରାଯାଇଥିଲା।

ଗାଙ୍ଗୁଲି ମଧ୍ୟ ନିଜ ଦାୟିତ୍ୱକୁ ଠିକ୍‌ ଭାବେ ସମ୍ପାଦନ କରି ୨୦୦୨ରେ ଭାରତକୁ ନାଟୱେଷ୍ଟ ସିରିଜ୍‌ରେ ବିଜୟ କରାଇଥିଲେ। ୨୦୦୩ ବିଶ୍ୱକପରେ ଦଳକୁ ଫାଇନାଲକୁ ନେଇଥିଲେ। ତେବେ ଏହାପରେ ଫର୍ମ ହରାଇବାରୁ ଦାଦାଙ୍କୁ ଜାତୀୟ ଟିମ୍‌ରୁ ବାଦ ଦିଆଯାଇଥିଲା। ହେଲେ ୨୦୦୬ରେ ସେ ପୁଣି କମବ୍ୟାକ୍‌ କରି ନିଜ ଯାଦୁ ଦେଖାଇଥିଲେ। ୨୦୦୭ ବିଶ୍ୱକପ ମଧ୍ୟ ଗାଙ୍ଗୁଲି ଖେଳିଥିଲେ।
୨୦୦୮ ମସିହା ନଭେମ୍ବର ୬ରେ ସେ ଭାରତ ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷଥର ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ସେହିପରି ୨୦୦୭ ନଭେମ୍ବର ୧୫ରେ ପାକିସ୍ତାନ ବିପକ୍ଷ ଦିନିକିଆ ଖେଳିବା ପରେ ଇସ୍ତଫା ଦେଇଥିଲେ।

ଗାଙ୍ଗୁଲି ଭାରତ ପାଇଁ ୩୧୧ଟି ଦିନିକିଆ, ୧୧୩ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ଏହି ଲମ୍ବା କ୍ରିକେଟ କ୍ୟାରିୟର ମଧ୍ୟରେ ଦାଦା ଦିନିକିଆରେ ୧୧,୩୬୩ ରନ୍‌ କରିଥିବା ବେଳେ ଟେଷ୍ଟରେ ୭,୨୧୨ ରନ୍‌ ସଂଗ୍ରହ କରିଛନ୍ତି। ଦିନିକିଆରେ ୧୦୦ଟି ୱିକେଟ ଦଖଲ କରିଥିବା ଗାଙ୍ଗୁଲି ଟେଷ୍ଟରେ ୩୩ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରିଛନ୍ତି।

ଆଜି ତାଙ୍କ ୪୮ତମ ଜନ୍ମ ଦିନରେ ଅନେକ ପୂର୍ବତନ ଖେଳାଳି ଟ୍ୱିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗାଙ୍ଗୁଲି ତାଙ୍କ ଅଧିନାୟିକତ୍ୱ କାଳରେ ଯୁବ ଖେଳାଳିଙ୍କୁ ଅଧିକ ସମର୍ଥନ କରୁଥିଲେ। ତେଣୁ ଯୁବ ଖେଳାଳିଙ୍କ ମଧ୍ୟରେ ଦାଦା ବେଶ ପରିଚୟ ଥିଲେ।

ଆଜି ସେଥିପାଇଁ ଦାଦାଙ୍କୁ ପ୍ରଥମେ ପ୍ରଜ୍ଞାନ ଓଝା ଟ୍ୱିଟ କରି ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାବାଦ୍‌ ଭିଭିଏସ ଲକ୍ଷ୍ମଣ, ବିସିସିଆଇ, ଆଇସିସି, ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ବି ଦାଦାଙ୍କୁ ଶୁଭେଚ୍ଛା ଜଣାଯାଇଛି।

The post କାହିଁକି ୫ ବର୍ଷ ପାଇଁ ଦାଦାଙ୍କୁ ଟିମ୍‌ରୁ ବାଦ ଦେଇଥିଲା ବିସିସିଆଇ appeared first on Odisha Reporter.



from Odisha Reporter https://ift.tt/3gCIMo0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages