କଟକ (ଓଡିଶା ରିର୍ପୋଟର): ଆସନ୍ତାକାଲି ଠାରୁ ୮ ତାରିଖ (ବୁଧବାର) ପର୍ଯ୍ୟନ୍ତ ବନ୍ଦ ରହିବ ହାଇକୋର୍ଟ ଏବଂ ଏହାର ସମସ୍ତ କାର୍ଯ୍ୟାଳୟ। କଟକ ମହାନଗର ନିଗମ (ସିଏମ୍ସି) କଟକ ସହରକୁ ୮ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଶଟ୍ଡାଉନ୍ ଘୋଷଣା କରିଛି। ତେଣୁ ହାଇକୋର୍ଟକୁ ମଧ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି କରାଯାଇଛି। ସୋମବାର ଠାରୁ ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଶୁଣାଣିକୁ ସ୍ଥଗିତ ରଖାଯାଇଛି। ୬ ତାରିଖରେ ହେବାକୁ ଥିବା ବେଞ୍ଚ ଶୁଣାଣି ୯ ତାରିଖରେ ବସିବ।
ଗତକାଲି ଠାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅନ୍ୟାନ୍ୟ କିଛି ଜିଲ୍ଲା ପରି କଟକରେ ମଧ୍ୟ ସପ୍ତାହାନ୍ତ ଶଟ୍ଡାଉନ୍ ଆରମ୍ଭ ହୋଇଛି। ଆଜି ଏହାର ଶେଷ ଦିନ। ଏହା ପରେ ଆସନ୍ତାକାଲି ଠାରୁ କଟକ ସହରରେ ସିଏମ୍ସି ଜାରି କରିଥିବା ଶଟ୍ଡାଉନ୍ କଟକଣା ଲାଗୁ ହେବ। ଏହି ସମୟରେ ଗ୍ରୋସରୀ, ପରିବା, କ୍ଷୀର ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ମିଳିଛି। ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏ ଗ୍ରୋସରୀ, ପରିବା ଓ କ୍ଷୀର ଦୋକାନ ଖୋଲା ରହିବ। ଔଷଧ ଦୋକାନ ନିୟମିତ ଖୋଲିବ। ଶଟଡାଉନ୍ ସମୟରେ ଅନଲାଇନ ଡେଲିଭରି ଚାଲୁ ରହିବ। ବିଦ୍ୟୁତ୍ ଓ ଜଳ ଯୋଗାଣ ସ୍ୱାଭାବିକ ରହିବ।
The post କାଲିଠୁ ବନ୍ଦ ରହିବ ହାଇକୋର୍ଟ appeared first on Odisha Reporter.
from Odisha Reporter https://ift.tt/3ixEUGQ
No comments:
Post a Comment