ଜୁଲାଇ ୫, ରବିବାର: ଦ୍ୱନ୍ଦ୍ୱ ଭିତରେ ରହିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 4, 2020

ଜୁଲାଇ ୫, ରବିବାର: ଦ୍ୱନ୍ଦ୍ୱ ଭିତରେ ରହିବେ

ମେଷ: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଗାଈକୁ ଖାଇବାକୁ ଦିଅନ୍ତୁ।

ବୃଷ: ଯୋଜନାବଦ୍ଧ  କାର୍ଯ୍ୟରେ ସଫଳତା ଲାଭ କରିବେ। ଜଗି ରଖି ଚଳନ୍ତୁ, ଅସୁସ୍ଥ ଅନୁଭବ କରିବେ। ଗୁରୁଜନଙ୍କୁ ପ୍ରଣାମ କରନ୍ତୁ।

ମିଥୁନ: ଶତ୍ରୁମାନଙ୍କୁ ମିତ୍ର କରିବା ପାଇଁ ପ୍ରୟାସ କରିବେ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। କାର୍ଯ୍ୟ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ।

କର୍କଟ: ଶରୀର ସୁସ୍ଥ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ନୂତନ  କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ: ଜନ କଲ୍ୟାଣ କାମରେ ନିଜକୁ ନିୟୋଜିତ କରିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

କନ୍ୟା: ଲାଗି ରହିଥିବା ଚିନ୍ତା ଦୂର ହେବ। ବନ୍ଧୁଙ୍କ ଠାରୁ  ସାହାଯ୍ୟ ସହଯୋଗ ପାଇବେ। ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ।

ତୁଳା:  ଶତ୍ରୁମାନେ ପରାଜିତ ହେବେ। ଅଧିକ ପରିଶ୍ରମ କରିବେ। ଭାଇଙ୍କ ସହିତ ସୁ ସଂପର୍କ ରହିବ।

ବିଛା:  ମାନସିକ ଶାନ୍ତି ମିଳିବ। ବହୁ ଦିନର ଚିନ୍ତା ଓ କଷ୍ଟ ଦୂର ହେବ। ଅସହାୟଙ୍କୁ ଖାଇବା ଦିଅନ୍ତୁ।

ଧନୁ: ଆତ୍ମବିଶ୍ୱାସ ଓ ମନବଳ ସୁଦୃଢ ହେବ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଅପରାହ୍ଣପରେ ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ମକର:  ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ମନ ବିଚଳିତ ରହିବ।

କୁମ୍ଭ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ଖାଦ୍ୟପେୟର ଯତ୍ନ ନିଅନ୍ତୁ।

ମୀନ: ପରିବାରରେ ହସ ଖୁସିର ପରିବେଶ ରହିବ। ଦ୍ୱନ୍ଦ୍ୱ ଭିତରେ ରହିବେ। ଅଳସୁଆ ଅନୁଭବ କରିବେ।

The post ଜୁଲାଇ ୫, ରବିବାର: ଦ୍ୱନ୍ଦ୍ୱ ଭିତରେ ରହିବେ appeared first on Odisha Reporter.



from Odisha Reporter https://ift.tt/3gvqJ3h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages