ଆଜିଠୁ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ହେବ ହେଲ୍‌ଥ ସ୍କ୍ରିନିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 15, 2020

ଆଜିଠୁ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ହେବ ହେଲ୍‌ଥ ସ୍କ୍ରିନିଂ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆଜିଠୁ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ହେଲ୍‌ଥ ସ୍କ୍ରିନିଂ ହେବ। ସ୍ୱାସ୍ଥ୍ୟକର୍ମୀମାନେ ଗ୍ରାମାଞ୍ଚଳରେ ଘର ଘର ବୁଲି ସ୍କ୍ରିନିଂ କରିବେ। ଗଞ୍ଜାମରେ ଅଣାୟତ୍ତ ସ୍ଥିତି ରୋକିବାକୁ ସରକାର ନୂଆ ପ୍ଲାନ ‘ମିଶନ୍ ଗଞ୍ଜାମ’ ଆରମ୍ଭ କରିଛନ୍ତି। ଜିଲ୍ଲାର ୮୨ ପ୍ରତିଶତ ଗାଁ  ଗ୍ରୀନ୍ ଜୋନ୍‌ରେ ଥିଲେ ବି ବାକି ୧୮ ପ୍ରତିଶତ ଗାଁ ରେଡ୍ ଜୋନ୍‌ରେ ରହିଥିବା ଖୋଦ ଜିଲ୍ଲାପାଳ କହିଛନ୍ତି। ତେଣୁ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ କଣ୍ଟାକ୍ଟ ଟ୍ରେସିଂ, ଟେଷ୍ଟିଂ ଓ କ୍ୱାରେଣ୍ଟାଇନ୍‌କୁ ଗୁରୁତ୍ୱ ଦିଆଯାଉଛି।

ଅନ୍ୟପକ୍ଷରେ କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଗଞ୍ଜାମ ଜିଲ୍ଲା ଛତ୍ରପୁର ସବଡିଭିଜନ ଅଧୀନରେ ଥିବା ୭ଟି NACକୁ ଆଜିଠୁ ୬ ଦିନ ଯାଏ ଶଟ୍‌ଡାଉନ୍ ଘୋଷଣା କରାଯାଇଛି। ଏଗୁଡିକ ହେଲା ଛତ୍ରପୁର, ଖଲ୍ଲିକୋଟ, ରମ୍ଭା, ପୁରୁଷୋତ୍ତମପୁର, କୋଦଳା, କବିସୂର୍ଯ୍ୟନଗର ଓ ପୋଲସରା।

କରୋନା ସଂକ୍ରମଣ ଅଣାୟତ୍ତ ହେଉଥିବାରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଶଟ୍‌ଡାଉନ୍ ବଳବତ୍ତର ରହିବ ବୋଲି  ଛତ୍ରପୁର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଏହି ସମୟରେ କେବଳ ଔଷଧ ଦୋକାନ ଖୋଲା ରହିବ। ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ।  ସହରର ବିଭିନ୍ନ ପ୍ରବେଶ ପଥ ସିଲ୍ କରି ପୁଲିସ୍‌ ମୁତୟନ କରାଯିବ। ପୂର୍ବରୁ ୯ ତାରିଖରୁ ୧୩ ତାରିଖ ଯାଏ ଗଂଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳ ଶଟ୍‌ଡାଉନ୍ କରାଯାଇଥିଲା।

The post ଆଜିଠୁ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ହେବ ହେଲ୍‌ଥ ସ୍କ୍ରିନିଂ appeared first on Odisha Reporter.



from Odisha Reporter https://ift.tt/2CiO09X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages