ଗଞ୍ଜାମରେ ପୁଣି ଏକ ମୁଣ୍ଡ ନେଲା କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 15, 2020

ଗଞ୍ଜାମରେ ପୁଣି ଏକ ମୁଣ୍ଡ ନେଲା କରୋନା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମରେ କରୋନା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଗତକାଲି ସୁଦ୍ଧା ଗଞ୍ଜାମରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚି ଥିବା ବେଳେ ରାତିରେ ପୁଣି ଏକ ମୁଣ୍ଡ ନେଲା କରୋନା ।

ବ୍ରହ୍ମପୁର ମହାନଗର ନିଗମରେ ହେଡ୍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଉପେନ୍ଦ୍ର ମାଝିଙ୍କର କରୋନାରେ ମୃତ୍ୟୁ ହୋଇଥିବା BEMC ପକ୍ଷରୁ ସୂଚନା ଦିଆଯାଇଛି । ଉପେନ୍ଦ୍ର ଟାଟା ମେଡିକାଲରେ ଚିକିତ୍ସିତ ହେଉଥିଲେ। ସେପଟେ BEMC କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ପରେ ସାଧାରଣ ଲୋକଙ୍କ ପାଇଁ ମହାନଗର ନିଗମ କାର୍ଯ୍ୟାଳୟ ୧୪ ଦିନ ପାଇଁ ବନ୍ଦ କରାଯାଇଛି।

କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲେ ଲୋକେ ୦୬୮୦-୨୨୫୦୨୯୦ ନମ୍ବରରେ ଯୋଗାଯୋଗ କରିପାରିବେ । ଅନ୍ୟପଟେ କରୋନା ଯୁଦ୍ଧରେ ନିୟୋଜିତ କର୍ମଚାରୀଙ୍କୁ ଛାଡ଼ି BeMCର ସମସ୍ତ କର୍ମଚାରୀଙ୍କୁ ହୋମ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ,ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬୨୧ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍‌ ୧୬୦୧ ରହିଛି। ୨୯୭୧ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଆଖି ବୁଜି ସାରିଲେଣି ୪୯ ଜଣ।

The post ଗଞ୍ଜାମରେ ପୁଣି ଏକ ମୁଣ୍ଡ ନେଲା କରୋନା appeared first on Odisha Reporter.



from Odisha Reporter https://ift.tt/30iT9Hj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages