ବଦଳିଲା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାଁ, ଏବେ ମିଳିବ ଏମିତି ପରିଚୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 29, 2020

ବଦଳିଲା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାଁ, ଏବେ ମିଳିବ ଏମିତି ପରିଚୟ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଆଜି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାଁକୁ ବଦଳାଇ ଦେଇଛି। ଏଣିକି ମାନବ ସମ୍ବଳ ମନ୍ତ୍ରଣାଳୟ ଶିକ୍ଷା ମନ୍ତ୍ରଣାଳୟ ନାଁରେ ପରିଚୟ ହାସଲ କରିବ। ଆଜି କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ଦେଇଛି।

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାଁକୁ ପରିବର୍ତ୍ତନ କରିବା ପାଇଁ ଉକ୍ତ ମନ୍ତ୍ରଣାଳୟ ପକ୍ଷରୁ ହିଁ ପ୍ରସ୍ତାବ ଦିଆଯାଇଥିଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଆଗତ ହୋଇଥିଲା। ସର୍ବସମ୍ମତିକ୍ରମେ ଏଣିକି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଶିକ୍ଷା ମନ୍ତ୍ରଣାଳୟ ନାଁରେ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ହୋଇଛି।

୧୯୮୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି କିଛି ଲୋକଙ୍କ ପରାମର୍ଶକ୍ରମେ ଶିକ୍ଷା ମନ୍ତ୍ରଣାଳୟର ନାଁକୁ ବଦଳାଇ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ କରିଦେଇଥିବା କୁହାଯାଉଛି। ତେବେ ମନ୍ତ୍ରଣାଳୟ ଶିକ୍ଷା ଉପରେ ଫୋକସ କରି କାର୍ଯ୍ୟ କରୁଥିବାରୁ ଏହାର ନାଁକୁ ଶିକ୍ଷା ମନ୍ତ୍ରଣାଳୟ କରିବା ସପକ୍ଷରେ ଅନେକ ଯୁକ୍ତି ବାଢ଼ିଥିଲେ।

ଏପରି କି ଇସ୍ରୋର ପୂର୍ବତନ ମୁଖ୍ୟ କେ କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ଗଠିତ କମିଟି ମଧ୍ୟ ମନ୍ତ୍ରଣାଳୟର ନାଁ ବଦଳାଇବାକୁ ସୁପାରିସ କରିଥିଲେ।

The post ବଦଳିଲା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାଁ, ଏବେ ମିଳିବ ଏମିତି ପରିଚୟ appeared first on Odisha Reporter.



from Odisha Reporter https://ift.tt/3f72OpK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages