ମାଲକାନଗିରି ପୌରାଞ୍ଚଳ ଓ ବାଲିମେଳା ଏନ୍‌ଏସି ଶଟ୍‌ଡାଉନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 29, 2020

ମାଲକାନଗିରି ପୌରାଞ୍ଚଳ ଓ ବାଲିମେଳା ଏନ୍‌ଏସି ଶଟ୍‌ଡାଉନ୍

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ପୌରାଞ୍ଚଳ ଓ ବାଲିମେଳା ଏନ୍‌ଏସିକୁ ଶଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ଏହି ଶଟ୍‌ଡାଉନ୍‌  ୩୦ ତାରିଖ (ଆସନ୍ତାକାଲି) ରାତି ୯ରୁ ଅଗଷ୍ଟ ୨ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ମେଡିସିନ୍ ଦୋକାନ ଖୋଲା ରହିବ। କିନ୍ତୁ ଅନ୍ୟ ସବୁ ଦୋକାନ ବନ୍ଦ ରହିବ। ଲୋକମାନଙ୍କୁ ଅତ୍ୟାବଶ୍ୟକ ଜିନିଷ ଗୁଡ଼ିକର ହୋମ୍ ଡେଲିଭରି କରି ଯୋଗଇ ଦିଆଯିବ।

ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ୨୯,୧୭୫ରେ ପହଞ୍ଚିଛି। ତେବେ ମାଲକାନଗିରି ଜିଲ୍ଲାରୁ ୪୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୭ ଜଣ ସୁସ୍ଥ ହୋଇଛନ୍ତି। ୧୪୬ ଜଣ କୋଭିଡ ହସପିଟାଲରେ ଚିକତ୍ସାଧୀନ ଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।

The post ମାଲକାନଗିରି ପୌରାଞ୍ଚଳ ଓ ବାଲିମେଳା ଏନ୍‌ଏସି ଶଟ୍‌ଡାଉନ୍ appeared first on Odisha Reporter.



from Odisha Reporter https://ift.tt/33410LH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages