ରାମ ମନ୍ଦିର ନିର୍ମାଣ ପାଇଁ ସୁନାର ଇଟା ଦେବେ ମୋଗଲଙ୍କ ବଂଶଧର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 28, 2020

ରାମ ମନ୍ଦିର ନିର୍ମାଣ ପାଇଁ ସୁନାର ଇଟା ଦେବେ ମୋଗଲଙ୍କ ବଂଶଧର

ହାଇଦ୍ରାବାଦ: ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ଏହାପରେ ବିଧିବଦ୍ଧ ଭାବେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହେବ। ଏହାକୁ ନେଇ କେବଳ ହିନ୍ଦୁ ଧର୍ମାବଲମ୍ବୀ ନୁହନ୍ତି ମୁସଲିମ ସଂପ୍ରଦାୟର ଲୋକମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।

ଏହି କ୍ରମରେ ମୋଗଲ ସମ୍ରାଟ ବାହାଦୂର ଶାହ ଜାଫରଙ୍କ ବଂଶଧର ଫ୍ରିନ୍ସ ହାବୀବୁଦ୍ଦିନ ଟୁସି ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଇଁ ସୁନା ଇଟା ଦେବେ ବୋଲି କହିଛନ୍ତି। ଶାମସାବାଦରେ ରହୁଥିବା ଫ୍ରିନ୍ସ ଟୁସି ଦେବାକୁ ଥିବା ଗୋଟିଏ ସୁନା ଇଟାକୁ ମନ୍ଦିର ନିର୍ମାଣର ପ୍ରଥମ ଇଟା ବ୍ୟବହାର କରାଯାଉ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ପ୍ରିନ୍ସ ଟୁସି କହିଛନ୍ତି, ରାମ ମନ୍ଦିର ନିର୍ମାଣ ପାଇଁ ମୁଁ ୧ କେଜିର ଗୋଟିଏ ସୁନା ଇଟା ଦେବାକୁ ଚାହୁଁଛି। ଏହାର ମୂଲ୍ୟ ୧.୮୦ କୋଟି ଟଙ୍କା। ଦେଢ଼ ମାସ ତଳେ ଦିଲ୍ଲୀରେ ମୁଁ ଏହାକୁ ତିଆରି କରି ଆଣିଥିଲି। ଏହା ବର୍ତ୍ତମାନ ସୁରକ୍ଷିତ ଭାବେ ରହିଛି। ସୁନା ଇଟାରେ ଜୟ ଶ୍ରୀରାମ ଖୋଦେଇ ହୋଇଛି।

ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ମିଟିଂ ଡାକିବାକୁ କହିଛି। ଏହି ମିଟିଂରେ ମୁଁ ଏହି ଇଟାଟିକୁ ତାଙ୍କୁ ଦେବି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ବେଳେ ମୁଁ ନିଶ୍ଚିତ ସେଠାକୁ ଯିବି। ମୁଁ ଜାଣିଛି କୋଭିଡ-୧୯ ପାଇଁ ଖୁବକମ ଭିଡ଼ ହେବ। ତଥାପି ମୋତେ ନିମନ୍ତ୍ରଣ ମିଳିଲେ ମୁଁ ନିଶ୍ଚିତ ସେଠାକୁ ଯିବି ବୋଲି ସେ କହିଛନ୍ତି।

ଗତକାଲି ପ୍ରିନ୍ସ ଟୁସି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ସମସ୍ତ ହିନ୍ଦୁ ଭାଇ-ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

The post ରାମ ମନ୍ଦିର ନିର୍ମାଣ ପାଇଁ ସୁନାର ଇଟା ଦେବେ ମୋଗଲଙ୍କ ବଂଶଧର appeared first on Odisha Reporter.



from Odisha Reporter https://ift.tt/332ldBq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages