ଭାରତରେ ହେବ ଅକ୍ସଫୋର୍ଡ କରୋନା ଟିକାର ଫେଜ-୩ ଟ୍ରାଏଲ, ୫ଟି ସ୍ଥାନ ପ୍ରସ୍ତୁତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 28, 2020

ଭାରତରେ ହେବ ଅକ୍ସଫୋର୍ଡ କରୋନା ଟିକାର ଫେଜ-୩ ଟ୍ରାଏଲ, ୫ଟି ସ୍ଥାନ ପ୍ରସ୍ତୁତ

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ମଧ୍ୟରେ ଏକ ଭଲ ଖବର ସାମ୍ନାକୁ ଆସିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ କରୁଥିବା ସମ୍ଭାବ୍ୟ କରୋନା ଟିକାର ମାନବ ପରୀକ୍ଷଣ ଭାରତରେ ହେବ। ପୂର୍ବରୁ ବିଦେଶରେ ଫେଜ-୧ ଓ ଫେଜ-୨ ଟ୍ରାଏଲ ସଫଳତାର ସହ ଶେଷ ହୋଇଥିବା ବେଳେ ଏବେ ଭାରତରେ ଫେଜ୍‌-୩ ବା ଶେଷ ପର୍ଯ୍ୟାୟ ପରୀକ୍ଷଣ ହେବ।

ଏନେଇ ଡିର୍ପାଟେମଣ୍ଟ ଅଫ ବାଓଟେକ୍ନୋଲଜି(ଡିବିଟି) ସଚିବ ରେଣୁ ସ୍ୱରୂପ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଭଳି ପରୀକ୍ଷଣ ଭାରତରେ ହେବା ନିହାତି ଜରୁରୀ। କାରଣ ଭାରତୀୟମାନଙ୍କୁ ଟିକା ଦେବା ପୂର୍ବରୁ ଏହାର ତଥ୍ୟ ଦେଶ ପାଖରେ ରହିବା ଉଚିତ୍‌। ଅକ୍ସଫୋର୍ଡ-AstraZeneca ପକ୍ଷରୁ ପ୍ରସ୍ତୁତ କରୋନା ଟିକାର ଫେଜ-୧ ଓ ଫେଜ-୨ ଟ୍ରାଏଲ ଶେଷ ହୋଇଯାଇଛି। ଏଥିରେ ଉତ୍ପାହଜନକ ଫଳାଫଳ ମିଳିଛି। ତେଣୁ ଖୁବଶୀଘ୍ର ଲଣ୍ଡନରେ ଏହାର ଫେଜ୍‌-୩ ଟ୍ରାଏଲ ଆରମ୍ଭ ହେବ।

ଭାରତରେ ମଧ୍ୟ ୫ଟି ସ୍ଥାନରେ ଏହାର ମାନବ ପରୀକ୍ଷଣ କରିବାକୁ ଆମେ ପ୍ରସ୍ତୁତ ରହିଛୁ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ କରାଯାଇଛି। ଭାରତରେ ଏହାର ପରୀକ୍ଷଣ ହେଲେ ଭାରତୀୟଙ୍କ ପାଖରେ ଖୁବଶୀଘ୍ର କରୋନା ଟିକା ପହଞ୍ଚି ପାରିବ ବୋଲି ସେ କହିଛନ୍ତି।

ଅକ୍ସଫୋର୍ଡ ଓ ଏହାର ପାର୍ଟନର AstraZeneca ପକ୍ଷରୁ କରୋନା ଟିକାର ଉତ୍ପାଦନ ପାଇଁ ଭାରତୀୟ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ବାଛିଛନ୍ତି। ଏଥିପାଇଁ ପୁଣି ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଡିଜିସିଆଇକୁ ଫେଜ-୨ ଓ ଫେଜ-୩ ଟ୍ରାଏଲ ପାଇଁ ଅନୁମତି ମାଗିଛି। ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ କହିଛି ଯେ ଫେଜ-୩ ପରୀକ୍ଷାରେ ଏହା ସୁରକ୍ଷିତ ବୋଲି ପ୍ରମାଣ ମିଳିବା ପରେ ସେପ୍ଟେମ୍ବର ସୁଦ୍ଧା ୧୦ କୋଟି ଟିକା ପ୍ରସ୍ତୁତ ହୋଇଯିବ। ଏହା ଉପରେ ଡିବିଟି ନଜର ରଖିଥିବା ଜଣାପଡ଼ିଛି।

The post ଭାରତରେ ହେବ ଅକ୍ସଫୋର୍ଡ କରୋନା ଟିକାର ଫେଜ-୩ ଟ୍ରାଏଲ, ୫ଟି ସ୍ଥାନ ପ୍ରସ୍ତୁତ appeared first on Odisha Reporter.



from Odisha Reporter https://ift.tt/2X2Blzc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages