ସାଧାରଣ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 6, 2020

ସାଧାରଣ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟ ମନା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):  ଦିନକୁ ଦିନ ରାଉରକେଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି । ଏହି ପରିପେକ୍ଷୀରେ ଆଜିଠୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ଆସିବାକୁ ବାରଣ କରାଯାଇଛି।  କୌଣସି ଆବେଦନ, ପେମେଣ୍ଟ ଆଦି କରିବାକୁ ଥିଲେ ଅନ୍‌ଲାଇନ୍‌ରେ କରିବାକୁ ପରାମର୍ଶ ଦିଆଯାଇଛି। ଏଥିଲାଗି ମହାନଗର ନିଗମ ସ୍ୱତନ୍ତ୍ର ଇ ମେଲ୍‌ ଆଇଡି ମଧ୍ୟ ଜାରି କରିଛି। ଏମିତିକି କୌଣସି ଅଭିଯୋଗ ଥିଲେ କାର୍ଯ୍ୟାଳୟ ବାହାରେ ଥିବା ଅଭିଯୋଗ ବାକ୍ସରେ ପକାଇବାକୁ ମହାନଗର ନିଗମ ଡେପୁଟି କମିଶନର ସୁଧାଂଶୁ ଭୋଇ କହିଛନ୍ତି।

ସେହିପରି ରାଉରକେଲା ପାନପୋଷ ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ମଧ୍ୟ ଜନସାଧାରଣଙ୍କୁ ୭ଦିନ ନଆସିବାକୁ  ପରାମର୍ଶ ଦିଆଯାଇଛି। ଯେଉଁମାନଙ୍କ କାମ ଅଛି ସେମାନେ ଅନ୍‌ଲାଇନରେ ଯୋଗାଯୋଗ କରିବାକୁ ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର କହିଛନ୍ତି।

The post ସାଧାରଣ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟ ମନା appeared first on Odisha Reporter.



from Odisha Reporter https://ift.tt/3gvf58o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages