ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏମିତି ଟ୍ୱିଟ୍ କଲେ ସେହୱାଗ୍ ଓ କୈଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 6, 2020

ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏମିତି ଟ୍ୱିଟ୍ କଲେ ସେହୱାଗ୍ ଓ କୈଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଜନ୍ମଦିନ। ଆଜି ସେ ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଅନେକ ପୂର୍ବତନ ଖେଳାଳି।

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଖେଳାଳି ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ଟ୍ୱିଟ୍ କରି ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ ଧୋନିଙ୍କ ଶାନ୍ତ ସ୍ୱଭାବ ଓ ଧୈର୍ଯ୍ୟ ସବୁବେଳେ ପ୍ରେରଣା ଯୋଗାଇବ।


ସେହିଭଳି ବୀରେନ୍ଦ୍ର ସେହୱାଗ ମଧ୍ୟ ଟ୍ୱିଟ୍ କରି ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି- ପୂରା ଦେଶ ତାଙ୍କ ସହି ଯୋଡ଼ି ହୋଇଛି ଓ ତାଙ୍କ ନିଜ ପରିବାରର ସଦସ୍ୟ ଭାବୁଛି। ସେ ଧୋନିଙ୍କ ଉଦ୍ଦେଶ୍ୟରେ ଆହୁରି ଲେଖିଛନ୍ତି- କୁଛ୍‌ ବହୁତ୍ ଅପ୍‌ନା ସା ଲଗ୍‌ତା ହୈ।


ମହମ୍ମଦ କୈଫ୍ ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କୈଫ ଲେଖିଛନ୍ତି- ଧୋନି ଆଇସିସିର ସବୁ ଟ୍ରଫି ଜିତିଛନ୍ତି। ଚେନ୍ନାଇ ସୁପର କିଙ୍ଗସକୁ ୩ ଥର ଆଇପିଏଲ୍‌ରେ ଚାମ୍ପିଅନ୍ କରାଇଛନ୍ତି। ଏକ ପିଢ଼ିକୁ ସ୍ୱପ୍ନକୁ ସଫଳ କରିବାକୁ ପ୍ରେରଣା ଯୋଗାଇଛନ୍ତି। ସେ ଆହୁରି ଲେଖିଛନ୍ତି- ପରବର୍ତ୍ତୀ ଏମ୍‌ଏସ୍‌ଡି କିଏ? ଏହାର ଜବାବରେ ସେ ଲେଖିଛନ୍ତି- ଏରର ୪୦୪, ଆଉ ଜଣେ ଏମ୍‌ଏସ୍‌ଡି କେବେ ବି ମିଳିବେନି।


ବିସିସିଆଇ ମଧ୍ୟ ଭାରତର ଏହି ସଫଳ ଅଧିନାୟକଙ୍କୁ ଟ୍ୱିଟ୍‌ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛି।

The post ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏମିତି ଟ୍ୱିଟ୍ କଲେ ସେହୱାଗ୍ ଓ କୈଫ appeared first on Odisha Reporter.



from Odisha Reporter https://ift.tt/2VQz49S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages