ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଲେହରେ ପହଞ୍ଚିଛନ୍ତି। ସୀମାରେ ସ୍ଥିତି ସମୀକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଛନ୍ତି। ସେଠାରେ ଉପସ୍ଥିତ ଥିବା ସେନା ଏବଂ ଆଇଟିବିପି ଯବାନଙ୍କ ସହିତ ପ୍ରଧାନମନ୍ତ୍ରୀ କଥା ହେଉଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀଙ୍କ ସହିତ ଚିଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ଜେନେରାଲ ବିପିନ ରାଓ୍ୱତ ଓ ସ୍ଥଳସେନା ମୁଖ୍ୟ ଏମ୍ଏମ୍ ନର୍ଭାଣେ ରହିଛନ୍ତି।
ଜୁନ୍ ୧୫ରେ ଲଦାଖରେ ଥିବା ଏଲଏସିରେ ଚୀନ୍ ସହିତ ସଂଘର୍ଷ ହେବାରୁ ଦେଶର ୨୦ ଯବାନ ଶହୀଦ ହୋଇଥିଲେ। ଏହାପରେ ଦୁଇ ଦେଶ ମଧ୍ୟରେ କୂଟନୀତିକ ଏବଂ ସାମରିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଆଲୋଚନା ମାଧ୍ୟମରେ ସ୍ଥିତି ଟିକିଏ ସ୍ୱାଭାବିକ ହୋଇଥିବା ଆକଳନ କରାଯାଉଛି। ହେଲେ ଚୀନ୍ ଏବଂ ଭାରତ ଉଭୟ ସୀମାରେ ସେନା ମୁତୟନ କରିବା ସହିତ ଲଢ଼ୁଆ ବିମାନ ମୁତୟନ କରିଛନ୍ତି।
PM Narendra Modi is presently at one of the forward locations in Nimu. He reached there early in the morning.
He is interacting with personnel of the Army, Air Force and ITBP.— DD India (@DDIndialive) July 3, 2020
ସେହିପରି ଚିଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ଜେନେରାଲ ବିପିନ ରାଓ୍ୱତ ମଧ୍ୟ ଆଜି ପୂର୍ବ ଲଦାଖ ଯିବାର କାର୍ଯ୍ୟକ୍ରମ ରହିଛି। ଚୀନର ପିପୁଲସ ଲିବରେସନ ଆର୍ମି (ପିଏଲଏ)ର ସ୍ଥିତି ଦେଖିବା ସହିତ ସେଠାରେ ଉପସ୍ଥିତ ଥିବା ଦେଶର ଯବାନଙ୍କ ସ୍ଥିତି ସମୀକ୍ଷା କରିବେ ବିପୀନ ରାଓ୍ୱତ।
ଗୁଲଓ୍ୱାନ ସଂଘର୍ଷ ପୂର୍ବରୁ ୨୦୧୭ରେ ଡୋକଲାମ ବିବାଦ ଦେଖାଦେଇଥିଲା। ସେତେବେଳେ ଆର୍ମିର ମୁଖ୍ୟ ଥିଲେ ବିପିନ ରାଓ୍ୱତ। ଦୀର୍ଘ ୭୩ ଦିନ ପରେ ଚୀନ ସହିତ ଚାଲିଥିବା ଡୋକଲାମ ବିବାଦର ସମାଧାନ ହୋଇଥିଲା। ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବିପିନ ରାଓ୍ୱତ। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଆଗାମୀ ଦିନରେ ପଶ୍ଟିମ ଲଦାଖ ଯାଇ ସ୍ଥିତି ସମୀକ୍ଷା କରିବେ ବୋଲି ସୂଚନା ରହିଛି।
The post ଲଦାଖର ସ୍ଥିତି ପରଖିବାକୁ ନିଜେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/2VGXu5E
No comments:
Post a Comment