ଐଶ୍ୱର୍ଯ୍ୟାଙ୍କ ନାଁ ନଥିବାରୁ କରନ୍‌ଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଅକ୍ଷୟ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 2, 2020

ଐଶ୍ୱର୍ଯ୍ୟାଙ୍କ ନାଁ ନଥିବାରୁ କରନ୍‌ଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଅକ୍ଷୟ!

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ନିର୍ଦ୍ଦେଶକ କରନ୍‌ ଜୋହର୍‌ଙ୍କ ଶୋ ‘କଫି ୱିଥ୍‌ କରନ୍‌’କୁ ନେଇ ପ୍ରାୟ ସମୟରେ ଚର୍ଚ୍ଚା ହୁଏ। ଏହି ଶୋ’ରେ କରନ୍‌ଙ୍କ ଦ୍ୱାରା ପଚରାଯାଉଥିବା ପ୍ରଶ୍ନ ଅନେକ ସମୟରେ ବିବାଦ ମଧ୍ୟ ସୃଷ୍ଟି କରାଏ। ଏବେ ‘କଫି ୱିଥ୍‌ କରନ୍‌’ର ଏକ ଭିଡିଓ କ୍ଲିପ୍‌ ଭାଇରାଲ୍‌ ହେଉଛି, ଯେଉଁଥିରେ ଅତିଥି ଭାବେ ଯୋଗଦେଇଥିବା ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏକ ପ୍ରଶ୍ନକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଛି।

ଏହି ଭିଡିଓ କ୍ଲିପ୍‌ରେ ଦୀପିକା, କ୍ୟାଟ୍ରିନା ଏବଂ କରୀନାଙ୍କ ମଧ୍ୟରୁ କିଏ ସବୁଠୁ ଭଲ ଅଭିନେତ୍ରୀ ବୋଲି ଅକ୍ଷୟଙ୍କୁ ପ୍ରଶ୍ନ କରୁଛନ୍ତି କରନ୍‌। ଏହାର ଜବାବରେ ଅକ୍ଷୟ କହୁଛନ୍ତି, ଏହି ତାଲିକାରେ ଐଶ୍ୱର୍ଯ୍ୟାଙ୍କ ନାଁ କାହିଁକି ନାହିଁ। ଏଥିସହ ଯେହେତୁ ଐଶ୍ୱର୍ଯ୍ୟାଙ୍କ ନାଁ ଏଥିରେ ନାହିଁ, ତେଣୁ ସେ ଏହାର ଉତ୍ତର ଦେବେନି ବୋଲି ଅକ୍ଷୟ ସଫାସଫା କହିଥିବା ଦେଖିବାକୁ ମିଳିଛି।

 

ଏହି ଭିଡିଓଟି ୨୦୧୪ମସିହାର। କିନ୍ତୁ ନିକଟରେ ଇନ୍‌ଷ୍ଟାଗ୍ରାମରେ ‘ମାଇଁ ଶେଆର ପୋଷ୍ଟ’ ପେଜ୍‌ରେ ଏହାକୁ ଶେଆର କରାଯାଇଛି। ଏହି ଭିଡିଓରେ ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାରକାରୀ ନିଜର ମତ ଦେଇଛନ୍ତି। କରନ୍‌ ସବୁବେଳେ ଏମିତି ପ୍ରଶ୍ନ କରନ୍ତି। ପ୍ରକୃତ ଦକ୍ଷତା ଥିବା କଳାକାରଙ୍କୁ ସେ ବାଦ୍ ଦେଇ କେବଳ ଅଯଥା ପ୍ରଶ୍ନ କରନ୍ତି। ସେହିପରି କିଛି ଲୋକ ଅକ୍ଷୟ ବହୁତ ଭଲ ଉତ୍ତର ଦେଲେ ବୋଲି କମେଣ୍ଟ କରିଛନ୍ତି।

 

 

The post ଐଶ୍ୱର୍ଯ୍ୟାଙ୍କ ନାଁ ନଥିବାରୁ କରନ୍‌ଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଅକ୍ଷୟ! appeared first on Odisha Reporter.



from Odisha Reporter https://ift.tt/2BBL5ZA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages