ସପ୍ତାହରେ ଦୁଇ ଦିନ ଶଟ୍‌ଡାଉନ୍ ହେବ ରାଉରକେଲା ସହର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 9, 2020

ସପ୍ତାହରେ ଦୁଇ ଦିନ ଶଟ୍‌ଡାଉନ୍ ହେବ ରାଉରକେଲା ସହର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫୪ରେ ପହଞ୍ଚିଛି। ରାଉରକେଲା ସହରରେ ବି ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।  ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ରୋକିବାକୁ ରାଉରକେଲା ସହରକୁ ସପ୍ତାହରେ ୨ ଦିନ ଶଟ୍‌ଡାଉନ୍‌ କରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଘୋଷଣା କରିଛନ୍ତି। ଏହି ଶଟ୍‌ଡାଉନ୍‌ ସପ୍ତାହର ଶେଷଦିନ ଅର୍ଥାତ ଶନିବାର ଏବଂ ରବିବାର ହେବ। ଏହା ଜୁଲାଇ ୧୧ରୁ ଆରମ୍ଭ ହୋଇ ୩୧ ଜୁଲାଇ ପର୍ଯ୍ୟନ୍ତ ଚାଲିବ।

ରାଉରକେଲା ସହର ସହ କଳୁଙ୍ଗା ଶିଳ୍ପାଞ୍ଚଳ ଲାଗି ମଧ୍ୟ ଶଟ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି। ତେବେ ଏହି ଶଟ୍‌ଡାଉନ୍‌ ସମୟରେ ଔଷଧ ଦୋକାନ , ମେଡିକାଲ ସେବା ଆଦି ଜାରି ରହିବ। ଗ୍ରସରୀ ଏବଂ କ୍ଷୀର  କାଉଣ୍ଟର ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।

The post ସପ୍ତାହରେ ଦୁଇ ଦିନ ଶଟ୍‌ଡାଉନ୍ ହେବ ରାଉରକେଲା ସହର appeared first on Odisha Reporter.



from Odisha Reporter https://ift.tt/3iMuByH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages