କରୋନା କବଳରେ କନଷ୍ଟେବଲ ସମେତ ୮ କଏଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 9, 2020

କରୋନା କବଳରେ କନଷ୍ଟେବଲ ସମେତ ୮ କଏଦୀ

କଟକ(ଓଡ଼ିଶା ରିପୋର୍ଟର): କଟକରେ କମିଶନରେଟ୍ ପୁଲିସ୍ ର ଜଣେ‌ କନଷ୍ଟେବଲ କରୋନା ପଜିଟିଭ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି । କଟକ ମଙ୍ଗଳାବାଗ ଫାଣ୍ଡିର ଜଣେ କନଷ୍ଟେବଲ ପଜିଟିଭ ଚିହ୍ନଟ ହୋଇଥିବା ନେଇ କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ସୂଚନା ଦେଇଛନ୍ତି । କନଷ୍ଟେବଳଜଣକ କୋରନା ପଜିଟିଭ୍ ଚିହ୍ନଟ ହେବା ପରେ ଆଜି ୫୮ ଜଣ ପୁଲିସ୍‌ କର୍ମଚାରୀଙ୍କର ସ୍ୱାବ୍ ଟେଷ୍ଟ କରାଯିବ । ଏ ନେଇ ଡିସିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅପରପକ୍ଷେ  ଚୌଦ୍ୱାର ଜେଲ୍‌ରୁ ୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ କଏଦୀ ଏବଂ ୩ ଜଣ ବିଚାରାଧୀନ କଏଦୀ କରୋନା ଆକ୍ରାନ୍ତ ହୋଇଥିବା ଚୌଦ୍ୱାର ଜେଲ୍ ଅଧିକ୍ଷକ ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି। ସେହିଭଳି SCBରୁ ମଧ୍ୟ ଆଉ ୫ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

The post କରୋନା କବଳରେ କନଷ୍ଟେବଲ ସମେତ ୮ କଏଦୀ appeared first on Odisha Reporter.



from Odisha Reporter https://ift.tt/3iGAJsa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages