କଟକ ଜିଲ୍ଲାରେ ଚିହ୍ନଟ ହେଲେ ୨୯ ଆକ୍ରାନ୍ତ, ସଂଖ୍ୟା ଛୁଇଁଲା ୮୫୫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 6, 2020

କଟକ ଜିଲ୍ଲାରେ ଚିହ୍ନଟ ହେଲେ ୨୯ ଆକ୍ରାନ୍ତ, ସଂଖ୍ୟା ଛୁଇଁଲା ୮୫୫

କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲାରୁ ନୂଆ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କଟକ ମହାନଗର ନିଗମ ଅଞ୍ଚଳରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବ୍ୟତୀତ  ଟାଙ୍ଗୀରୁ ଜଣେ, କଟକ ସଦରରୁ ଜଣେ, ବାଙ୍କୀରୁ ୧୨ ଜଣ, ବଡ଼ମ୍ବାରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ବ୍ୟତୀତ ନରସିଂହପୁରରୁ ୨ଜଣ, ନିଆଳିରୁ ୨ ଓ ସାଲେପୁରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କଟକ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୫୪୪ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୩୦୩ ଜଣ ଚିକିତ୍ସାଧୀନ ଅଛନ୍ତି। କରୋନା ଯୋଗୁ କଟକ ଜିଲ୍ଲାରେ ସମୁଦାୟ ୫ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

The post କଟକ ଜିଲ୍ଲାରେ ଚିହ୍ନଟ ହେଲେ ୨୯ ଆକ୍ରାନ୍ତ, ସଂଖ୍ୟା ଛୁଇଁଲା ୮୫୫ appeared first on Odisha Reporter.



from Odisha Reporter https://ift.tt/31SRM4b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages