ମୁମ୍ବାଇ: ଲୋକପ୍ରିୟ ପଞ୍ଜାବୀ ଗାୟକ ତଥା ବିଗ୍ ବସ୍ 13 ପ୍ରତିଯୋଗୀ ହିମାଂଶି ଖୁରାନା ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ ବୟଫ୍ରେଣ୍ଡ ଅସୀମ ରିୟାଜଙ୍କ ପାଇଁ ତ କେତେବେଳେ ଶେହେନାଜ୍ଙ୍କ ସହ ଝଗଡ଼ା ପାଇଁ। ଅନେକ ସମୟରେ ସେ ‘ବଡିସେମିଂ’ ଟ୍ରୋଲ୍ ମଧ୍ୟ ହୋଇଛନ୍ତି। କିନ୍ତୁ ତଥାପି ସେ ସୋଶାଲ୍ ମିଡିଆରେ ନିଜ ପ୍ରଶଂସକଙ୍କ ପାଇଁ ନିଜର ନୂଆ ନୂଆ ଫଟୋ ଏବଂ ଭିଡିଓ ଶେଆର୍ କରଇବା ସହ ତାଙ୍କ ଜୀବନ ସହ ଜଡିତ ପୋଷ୍ଟ ମଧ୍ୟ ପୋଷ୍ଟ କରନ୍ତି। ନିକଟରେ ହିମାଂଶି ନିଜ ବିଷୟରେ ଏମିତି ଏକ ଖୁଲାସା କରିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି।
ଏକ ସାକ୍ଷାତକାରରେ ହିମାଂଶି କହିଛନ୍ତି, ମୁଁ ସୋଶାଲ୍ ମିଡିଆରେ ବହୁତ ଟ୍ରୋଲ୍ ହୋଇଛି। ‘ବିଗ୍ ବସ୍’ ପୂର୍ବରୁ ବି ହେଉଥିଲି ଆଉ ‘ବିଗ୍ ବସ୍’ ପରେ ବି ହେଉଛି। ମୁଁ ଅନେକ ସମୟରେ ବଡିଶେମିଂର ଶିକାର ହୋଇଛି। ଲୋକମାନେ ମୋର ବହୁତ ମଜାକ ଉଡ଼ାନ୍ତି ମୋର PCOS ଅଛି। ଯେଉଁମାନେ ଏହା ବିଷୟରେ ଜାଣି ନାହାଁନ୍ତି, ଦୟାକରି ଇଣ୍ଟରନେଟ୍ କୁ ଯାଆନ୍ତୁ ଏବଂ ଏହା ବିଷୟରେ ଜାଣନ୍ତୁ। ଅନେକ ଝିଅ ଏହି ସମସ୍ୟା ସହିତ ସଂଘର୍ଷ କରୁଛନ୍ତି। ଯେଉଁମାନେ ଏହା ବିଷୟରେ ଜାଣନ୍ତି ସେମାନେ ମୋର ସମସ୍ୟା ବୁଝିପାରିବେ।’
‘PCOS(Polycystic ovary syndrome) ସମୟରେ, ଆପଣଙ୍କ ଶରୀରର ଓଜନରେ ବହୁତ ପରିବର୍ତ୍ତନ ହୁଏ। ଏଥିରେ ତୁମର ଓଜନ ତେକେବେଳେ ବହୁତ କମିଯାଏ ତ କେତେବେଳେ ଏହା ବହୁତ ବଢ଼ିଯାଏ। କେବଳ ଏତିକି ନୁହେଁ, ଏହା ମୋର ରକ୍ତଚାପକୁ ମଧ୍ୟ ପ୍ରଭାବିତ କରିଥାଏ। ବେଳେବେଳେ ବିପି ଏତେ କମ୍ ହୋଇଯାଏ ଯେ ମୋତେ ତିନି ଘଣ୍ଟା ଅକ୍ସିଜେନ୍ ନେବାକୁ ପଡ଼େ। ଯେତେବେଳେ ମୁଁ କୌଣସି ଜିନିଷକୁ ରେସପଣ୍ଡ କରେନାହିଁ କିମ୍ବା ମୁଁ ଉଠେ ନାହିଁ, ମୋର ମ୍ୟାନେଜର ମଧ୍ୟ ଭୟବିତ ହୋଇଯାଆନ୍ତି। ମୁଁ ଘରେ ଥିବାବେଳେ ଯେମିତି ମୋ ଫୋନ୍ ବ୍ୟବହାର ନ କରେ ସେଥିପ୍ରତି ମୋ ଟିମ୍ ବହୁତ ଯତ୍ନ ନିଅନ୍ତି। ଆମେ ଏକ ନିୟମ ତିଆରି କରିଛୁ, ଯେତେବେଳେ ଆମେ ଇଣ୍ଟରନେଟ୍ ବନ୍ଦ କରିବୁ ସେତେବେଳେ ଆମେ କାମ ବିଷୟରେ ଆଦୌ ଆଲୋଚନା କରିବୁ ନାହିଁ। ସେହି ସମୟରେ ଆମେ ଘର କାମ କରିଥାଉ, ଅନେକ ଗପସପ କରିଥାଉ, ବିଭିନ୍ନ ଖେଳ ଖେଳୁ ଯାହାଦ୍ୱାରା ଆମେ ଏହି ସମସ୍ତ ନକାରାତ୍ମକ ଜିନିଷଠାରୁ ଦୂରରେ ରହିପାରିବୁ।’
ହିମାଂଶି ଆହୁରି କହିଛନ୍ତି, “ଗତ ମାସରେ ମୋତେ ପ୍ୟାନିକ୍ ଆଟାକ୍ ଆସିଥିଲା। ଏହା ପରେ ମୋର କାଉଁସେଲିଂ ଆବଶ୍ୟକ ପଡ଼ିଲା, ମୁଁ ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କ ସହ କଥା ହେଲି। ମୁଁ ମାନସିକ ସ୍ତରରେ ଜଣେ ବହୁତ ମଜଭୁତ ଝିଅ। ମୋତେ ନିଜ ଯତ୍ନ ନେବାକୁ ପଡ଼ିବ। ସୁସ୍ଥ ହେବାକୁ ମୋତେ ପ୍ରାୟ ଦୁଇ ସପ୍ତାହ ଲାଗିଲା। ଯେଉଁମାନେ ମୋ ବିଷୟରେ ଅବଗତ ନୁହଁନ୍ତି, ସେମାନେ ମୋ ବିଷୟରେ ଖରାପ ଜିନିଷ ଲେଖୁଛନ୍ତି। ଏହି ସବୁ ଜିନିଷରେ ମୁଁ ବହୁତ ବିରକ୍ତ ହୋଇଯାଇଥିଲି ମୁଁ ଭାବିଲି ଲୋକମାନେ କିପରି ଏତେ ନକାରାତ୍ମକ ହୋଇପାରନ୍ତି। କିନ୍ତୁ ତା’ପରେ ମୁଁ ସକରାତ୍ମକ ଜିନିଷ ଚିନ୍ତା କରିବା ଆରମ୍ଭ କଲି, ମୁଁ କିଛି ଓଜନ ହ୍ରାସ କରିଛି। ଓଜନ ହ୍ରାସ କରିବାକୁ ମୁଁ ଚେଷ୍ଟା କରୁଛି। କିନ୍ତୁ ଲୋକମାନେ ଅନ୍ୟ ଜଣେ ମଣିଷ ବିଷୟରେ ମଧ୍ୟ ଭାବିବା ଉଚିତ୍।’
ହିମାଂଶିଙ୍କ ଏହି ଖୁଲାସା ଫ୍ୟାନ୍ମାନଙ୍କୁ ଚକିତ କରିଦେଇଛି। ହୁଏତ ଏହା ପରେ ତାଙ୍କୁ ନେଇ ଅଯଥାରେ ହେଉଥିବା ଟ୍ରୋଲିଂ କମିପାରେ। କିଛି ଦିନ ପୂର୍ବରୁ ହିମାଂଶିଙ୍କ ଗାଡ଼ି ଉପରେ କେହି ଜଣେ ଆଟାକ୍ ମଧ୍ୟ କରିଥିଲେ। ଏନେଇ ସେ ସୋଶାଲ୍ ମିଡିଆରେ ଏକ ପୋଷ୍ଟ ମଧ୍ୟ କରିଥିଲେ।
The post ଏହି ରୋଗରେ ପୀଡ଼ିତ ହିମାଂଶି: ୩ ଘଣ୍ଟା ନେବାକୁ ପଡ଼େ ଅକ୍ସିଜେନ୍ appeared first on Odisha Reporter.
from Odisha Reporter https://ift.tt/3iEkonO
No comments:
Post a Comment