ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍‌ପିଟାଲର ଆଉଟ୍‌ଡୋର୍‌ ଆଜି ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 2, 2020

ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍‌ପିଟାଲର ଆଉଟ୍‌ଡୋର୍‌ ଆଜି ବନ୍ଦ

କଟକ (ଓଡ଼ିଶା ରିପୋର୍ଟର): କଟକ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍‌ପିଟାଲରୁ ୫୫ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହେବା ପରେ ଆଜି ଆଜି ଦିନକ ପାଇଁ ଏହାର ଆଉଟ୍‌ଡୋର୍‌କୁ ବନ୍ଦ କରି ଦିଆଯାଇଛି। ମେଡିକାଲ୍ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଥିବା ବେଳେ  ଆଉଟ୍‌ଡୋର୍‌କୁ ଆସିବାକୁ ସମସ୍ତଙ୍କୁ ବାରଣ କରାଯାଇଛି।

ଗତକାଲି ଚିହ୍ନଟ ହୋଇଥିବା ୫୫ କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରିପୋର୍ଟ ନେଗେଟିଭ୍ ଥିବା ରୋଗୀଙ୍କୁ ସ୍ୱତନ୍ତ୍ର ‌ୱାର୍ଡରେ ରଖାଯାଇଛି। ସେହିପରି ରିପୋର୍ଟ ନେଗେଟିଭ୍ ଥିବା ଆଟେଣ୍ଡାଣ୍ଟଙ୍କୁ ଧର୍ମଶାଳାରେ କରାଯାଇଥିବା  କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଯାଇଛି।

ସୂଚନାଯୋଗ୍ୟ,  ପୂର୍ବରୁ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୧୫ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପ୍ରଥମେ ଜଣେ ରୋଗୀ କରୋନା ପଜିଟିଭ ଆସିବା ପରେ ୨ ଜଣ ନର୍ସ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

The post ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍‌ପିଟାଲର ଆଉଟ୍‌ଡୋର୍‌ ଆଜି ବନ୍ଦ appeared first on Odisha Reporter.



from Odisha Reporter https://ift.tt/2C3iIU0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages