ହତ୍ୟାର ଶିକାର ହେଲା ଦୁର୍ଦ୍ଦାନ୍ତ ଅପରାଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 17, 2020

ହତ୍ୟାର ଶିକାର ହେଲା ଦୁର୍ଦ୍ଦାନ୍ତ ଅପରାଧୀ

ଜଳେଶ୍ୱର(ଅଜିତ ଦାସ):  ଗାଡ଼ିରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ବେଳେ ହତ୍ୟାର ଶିକାର ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ରତନ ଦାସ । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନାର କରୁଠିଆ ଗ୍ରାମରେ ରତନ ଦାସ ଓରଫ୍ ଜଗାକୁ ଗତକାଲି ରାତିରେ ପିଟି ପିଟି ହତ୍ୟା କରାଯାଇଛି।  ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କ ଟେର ପାଇପାରିନି।

ଗତକାଲି ବିଳମ୍ବିତ ରାତିରେ ଜଗା ଗାଁ ରାସ୍ତାରେ ଛିଡ଼ା ହୋଇ ଜୋରଜବରଦସ୍ତ ଗାଡ଼ିରୁ ଚାନ୍ଦା ଆଦାୟ କରୁଥିଲା। ଏହି ସମୟରେ କିଛି ଗାଡ଼ି ମାଲିକଙ୍କ ସହ ତା’ର ମାରପିଟ, ଝଗଡ଼ା ହୋଇଥିଲା । ଏହାପରେ ତାକୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ସକାଳେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଜଗା ନାଁରେ ବିଭିନ୍ନ ଥାନାରେ  ଚୋରି, ଡକାୟତି, ହତ୍ୟାକାଣ୍ଡ, ରାହାଜାନି ଭଳି ୮ରୁ ଅଧିକ  ସଙ୍ଗିନ ମାମଲା ରହିଛି। ଏହାବ୍ୟତୀତ ତା’ ନାଁରେ ରାଜ୍ୟ ବାହାରେ ଗୋଆ ଥାନାରେ ବି ମାମଲା ରୁଜୁ ହୋଇଛି।

କମର୍ଦ୍ଦା ଥାନା, ଜଳେଶ୍ୱର ଥାନା, ବାଲେଶ୍ୱର ଓ ଗୋୟାରେ ଜଗା ନାଁରେ ୮ରୁ ଅଧିକ ମାମଲା ରୁଜୁ ହୋଇଥିଲା। ଏହି ହତ୍ୟାକାଣ୍ଡରେ କିଏ ଜଡ଼ିତ ଅଛି, ପୁଲିସ୍‌ ତଦନ୍ତ ଚାଲୁ ରହିଛି।

The post ହତ୍ୟାର ଶିକାର ହେଲା ଦୁର୍ଦ୍ଦାନ୍ତ ଅପରାଧୀ appeared first on Odisha Reporter.



from Odisha Reporter https://ift.tt/3eFLbNl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages