ଖାଦ୍ୟ ନଳୀରୁ ବାହାରିଲା ଟଙ୍କିକିଆ କଏନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 17, 2020

ଖାଦ୍ୟ ନଳୀରୁ ବାହାରିଲା ଟଙ୍କିକିଆ କଏନ

ମୁମ୍ୱାଇ: ଏକ ଆଠ ବର୍ଷର ଛୁଆର ଖାଦ୍ୟ ନଳୀରୁ ଟଙ୍କିକିଆ କଏନ ବାହାର କରିବାରେ ସଫଳ ହୋଇଛନ୍ତି ଏକ ଡାକ୍ତରୀ ଟିମ୍। ମୁମ୍ୱାଇରେ ଥିବା ନାନବତୀ ହସ୍ପିଟାଲର ଡାକ୍ତରମାନେ ଏଣ୍ଡୋସ୍କୋପିକ କରି କଏନଟିକୁ ପିଲାଟିର ଖାଦ୍ୟ ନଳୀରୁ ବାହାର କରିବାରେ ସଫଳ ହୋଇଛନ୍ତି। ମୁମ୍ୱାଇ ଆନ୍ଧେରୀର ଏହି ବାଳକ ଭୁଲ ବଶତଃ ଟଙ୍କିକିଏ କଏନଟିକୁ ଗିଳି ଦେଇଥିଲା।

କଏନଟିକୁ ଗିଳି ଦେବା ପରେ ବାନ୍ତି, ଅଣ ନିଃଶ୍ୱାସୀ ହେବା ସହିତ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲା ୮ ବର୍ଷର ଏହି ବାଳକ। ପରିବାର ଲୋକେ ଚିକିତ୍ସା ପାଇଁ ଅନେକ ନର୍ସିଂ ହୋମକୁ ନେଇଥିଲେ ହେଲେ କେହି ରାଜି ହୋଇନଥିଲେ। ପାଖାପାଖି ଛଅ ଘଣ୍ଚା ଅନେକ ନର୍ସିଂ ହୋମକୁ ଯାଇ ପରିବାର ଲୋକେ ନିରାଶ ହୋଇଥିଲେ। ପରେ ନାନାବତୀ ହସ୍ପିଟାଲର ଡାକ୍ତରମାନେ ଅପରେସନ କରି କଏନଟିକୁ ଖାଦ୍ୟ ନଳୀରୁ ବାହାର କରିବାରେ ସଫଳ ହୋଇଛନ୍ତି।

ନାନାବତୀ ହସ୍ପିଟାଲର ଇଏନଟି ବିଶେଷଜ୍ଞ ଡକ୍ଚର ଅମୋଲ ପାଟିଲ କହିଛନ୍ତି, “କଏନଟିକୁ ପିଲାଟି ଗିଳି ଦେବା ପରେ ଏହା ଖାଦ୍ୟ ନଳୀର ଉପରିଭାଗ ଓଏସୋଫାଗସରେ ଅଟକି ରହିଥିଲା। ଏକ୍ସରେ ପରେ କଏନର ସ୍ଥିତି ବାବଦରେ ଜଣାପଡ଼ିଥିଲା। ଏହାପରେ ଏକ ଡାକ୍ତରୀ ଟିମ୍ ଅପରେସନ କରି କଏନଟିକୁ ବାହାର କରିବାରେ ସଫଳ ହୋଇଛନ୍ତି। ତେବେ ଆଉ ଟିକିଏ ବିଳମ୍ୱ ହୋଇଥିଲେ ପିଲାଟିର ଜୀବନ ପ୍ରତି ବିପଦ ରହିଥାନ୍ତା। କଏନଟିକୁ ଗିଳି ଦେଇଥିବାରୁ ପିଲାଟି ଅନେକ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲା। ଅପରେସନ ପରେ କିଛି ସମୟ ପାଇଁ ଛୁଆଟିକୁ ଡାକ୍ତରମାନେ ଅବଜରଭେସନରେ ରଖିଥିଲେ। ଖାଇବା ପିଇବା ଠିକଠାକ କରିବା ପରେ ଛୋଟ ଛୁଆଟିକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି”।

The post ଖାଦ୍ୟ ନଳୀରୁ ବାହାରିଲା ଟଙ୍କିକିଆ କଏନ appeared first on Odisha Reporter.



from Odisha Reporter https://ift.tt/32yC26T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages