କରୋନା ଆକ୍ରାନ୍ତ ଚିହ୍ନଟ ପରେ ପରଜଙ୍ଗ ଶଟ୍‌ଡାଉନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 23, 2020

କରୋନା ଆକ୍ରାନ୍ତ ଚିହ୍ନଟ ପରେ ପରଜଙ୍ଗ ଶଟ୍‌ଡାଉନ୍

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରାମ ପଞ୍ଚାୟତକୁ ଆଜିଠାରୁ ୬ ଦିନ ପାଇଁ ଶଟ୍‌ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ପ୍ରିୟଜିତ ସାମଲ। ପରଜଙ୍ଗରେ ଗତକାଲି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ସହଯୋଗରେ ୬ ଦିନିଆ ଶଟ୍‌ଡାଉନ୍ କରାଯାଇଛି। ଏହି ଶଟ୍‌ଡାଉନ୍ ଆଜିଠାରୁ ଆସନ୍ତା ୨୯ ତାରିଖ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

ଏହି ସମୟରେ ମେଡ଼ିକାଲ, ଔଷଧ ଦୋକାନ ,ଜଳଯୋଗାଣ ଓ ପରିମଳ ବ୍ୟବସ୍ଥା ,ବିଦ୍ୟୁତ ଯୋଗାଣ ଭଳି ସେବା ଗୁଡିକ ଜାରି ରହିବ।  ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜରୁରୀ ସେବାରେ ନିୟୋଜିତ ସମସ୍ତ କର୍ମଚାରୀମାନଙ୍କ ପାଇଁ କୌଣସି କଟକଣା ରହିବ ନାହିଁ। ଅନ୍ୟ ସମସ୍ତ ଦୋକାନ ବଜାର ଗୁଡିକ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିବ।

ସମସ୍ତେ ସରକାରଙ୍କ କୋଭିଡ-୧୯ ନିୟମ ମାନି ଚଳିବାକୁ କୁହାଯାଇଛି। ପରଜଙ୍ଗରେ କରୋନା ସଂକ୍ରମଣ ଭୟାବହକୁ ଦୃଷ୍ଟିରେ ରଖି ସରପଞ୍ଚଙ୍କ ଦ୍ଵାରା ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।

The post କରୋନା ଆକ୍ରାନ୍ତ ଚିହ୍ନଟ ପରେ ପରଜଙ୍ଗ ଶଟ୍‌ଡାଉନ୍ appeared first on Odisha Reporter.



from Odisha Reporter https://ift.tt/2ZWbZ7Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages