୮୦ ବର୍ଷ ବୟସରେ କରୋନାକୁ ମାତ ଦେଲେ, ଏବେ ଫିଟ୍‌ନେସ ବଢ଼ାଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 23, 2020

୮୦ ବର୍ଷ ବୟସରେ କରୋନାକୁ ମାତ ଦେଲେ, ଏବେ ଫିଟ୍‌ନେସ ବଢ଼ାଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଚର୍ଚ୍ଚାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କରସିଂହ ବାଘେଲା। ସେ ଟ୍ଵିଟରରେ ଛାଡ଼ି ଥିବା ଫଟୋରେ କେମିତି ନିଜ ଫିଟନେସ ବୃଦ୍ଧି କରିବାରେ ଲାଗିଛନ୍ତି, ତାହା ଦେଖିବାକୁ ମିଳୁଛି। ରନିଙ୍ଗ ଓ ଜିମ୍ କରୁଥିବାର ଫଟୋ ଭାଇରାଲ ହେବା ପରେ ୮୦ ବର୍ଷୀୟ ବାଘେଲାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି। ନିକଟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାକୁ ମାତ୍‌ ଦେବା ପରେ ବାଘେଲା ଏବେ ଫିଟ୍‌ନେସ ବୃଦ୍ଧି କରିବା ନିଶାରେ ପଡ଼ିଛନ୍ତି। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଫଟୋରୁ ଜଣାପଡ଼ୁଛି।

ଜୁନ ଶେଷ ସପ୍ତାହରେ ଏନସିପିର ପୂର୍ବତନ ଅଧ୍ୟକ୍ଷ ବାଘେଲାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ସେ ହୋମ ଆଇସୋଲେସନରେ ରହିଥିଲେ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ସେ ଜୁଲାଇ ୬ରେ ସୁସ୍ଥ ଘରକୁ ଫେରିଥିଲେ।

ସେଠାରୁ ଫେରିବା ପରେ ସେ ସୁସ୍ଥ ଥିବା ସମସ୍ତଙ୍କୁ ଜଣାଇବା ପାଇଁ ଜିମ ଆରମ୍ଭ କରି ଏହାର ଫଟୋ ଟ୍ୱିଟରେ ପୋଷ୍ଟ କରିଛନ୍ତି। ଗୋଟିଏ ଫଟୋରେ ସେ ରନିଙ୍ଗ କରୁଥବାବେଳେ ଅନ୍ ଫଟୋଟିରେ ଭାରଉତ୍ତୋଳନ କରୁଥିବା ଦେଖାଯାଉଛି। ସେ ତାଙ୍କର ଏହି ପୋଷ୍ଟରେ ଗୁଜୁରାଟୀ ଭାଷାରେ ବଡି ଫିଟ୍ +ମାଇଣ୍ଡ ଫିଟ = ଜୀବନ ଫିଟ୍ ବୋଲି ଲେଖିଛନ୍ତି। ଏହି ଫଟୋକୁ ପାଖାପାଖି ୭ ହଜାର ୫ ଶହରୁ ଅଧିକ ଲାଇକ ମିଳିଛି।

The post ୮୦ ବର୍ଷ ବୟସରେ କରୋନାକୁ ମାତ ଦେଲେ, ଏବେ ଫିଟ୍‌ନେସ ବଢ଼ାଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3fRDViS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages