ଲକଡାଉନ ଯୋଗୁ ଚାକିରି ଚାଲିଯିବାର ଥିଲା ଭୟ, ପୂରା ପରିବାରର ଆତ୍ମହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 26, 2020

ଲକଡାଉନ ଯୋଗୁ ଚାକିରି ଚାଲିଯିବାର ଥିଲା ଭୟ, ପୂରା ପରିବାରର ଆତ୍ମହତ୍ୟା

ବେଙ୍ଗାଲୁରୁ: ମହାମାରୀ କରୋନା ପାଇଁ କେଉଁଠି ଲକଡାଉନ ତ କେଉଁଠି ଶଟଡାଉନ ଲାଗୁ କରାଯାଉଛି। କରୋନା କଟକଣା ପାଇଁ ସାଧାରଣ ଲୋକଙ୍କ ଜୀବନ ଜୀବିକା ଗଭୀର ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ମଧ୍ୟବିତ୍ତ ଓ ଶ୍ରମିକମାନେ ଗୁରୁତର ସଙ୍କଟମୟ ସ୍ଥିତିର ସମ୍ମୁଖୀନ ହେଉଛନ୍ତି।

ଲକଡାଉନ କାହାର ଚାକିରି ନେଇଯାଉଛି ତ ଆଉ କାହାର ଜୀବିକା ଛଡ଼ା ନେଉଛି। ଏହିକ୍ରମରେ କର୍ଣ୍ଣାଟକାର ଧାରୱାଡ ଜିଲ୍ଲାରୁ ଏକ ଦୁଃଖଦ ଓ ଦୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଲକଡାଉନ ଯୋଗୁ ଜଣେ ବ୍ୟକ୍ତି ଚାକିରି ହରାଇବାର ଆଶଙ୍କା ଥିବାରୁ ସେ ଅନ୍ୟ କିଛି ଉପାୟ ନ ପାଇ ପୂରା ପରିବାର ସଦସ୍ୟଙ୍କ ସହ ମିଶି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ବାଛି ନେଇଛନ୍ତି।

ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀ ଓ ଝିଅଙ୍କ ସହ ମିଶି ଆତ୍ମହତ୍ୟା କରିଛନ୍ତି। ସମସ୍ତଙ୍କ ମୃତଦେହ ଜବତ କରାଯାଇଛି। ବ୍ୟକ୍ତି ଜଣଙ୍କର ମୃତଦେହ ନିକଟରୁ ସୁଇସାଇଡ ନୋଟ୍‌ ମିଳିଛି। ଏଥିରେ ବ୍ୟକ୍ତି ଜଣଙ୍କ କରୋନା ଲକଡାଉନ ଯୋଗୁ ଚାକିରି ଚାଲିଯିବାର ଭୟ ଥିବାରୁ ଜୀବନ ହାରି ଥିବା ଉଲ୍ଲେଖ କରିଛନ୍ତି।

ତଥାପି ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ସେହିପରି ଏହି ବ୍ୟକ୍ତି ଜଣଙ୍କ କେଉଁଠି କାମ କରୁଥିଲେ ଓ ତାଙ୍କର ପ୍ରକୃତ ପରିଚୟ ମଧ୍ୟ ପୁଲିସ୍‌ ଖୋଜିବା ଆରମ୍ଭ କରିଛି।

The post ଲକଡାଉନ ଯୋଗୁ ଚାକିରି ଚାଲିଯିବାର ଥିଲା ଭୟ, ପୂରା ପରିବାରର ଆତ୍ମହତ୍ୟା appeared first on Odisha Reporter.



from Odisha Reporter https://ift.tt/2WXQ3aJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages