କଟକ ଲୋକେ ହ୍ୱାଟ୍ସ‌ଆପ୍‌ରେ କରିପାରିବେ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 26, 2020

କଟକ ଲୋକେ ହ୍ୱାଟ୍ସ‌ଆପ୍‌ରେ କରିପାରିବେ ଅଭିଯୋଗ

କଟକ (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ବେଳେ ହ୍ୱାଟ୍ସ‌ଆପରେ ଅଭିଯୋଗ କରିପାରିବେ କଟକର ସାଧାରଣ ଜନତା। ଲୋକମାନେ ସେମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଅଭିଯୋଗ କରିବା ପାଇଁ ଏକ ହ୍ୱାଟ୍ସଆପ୍ ନମ୍ବର ଜାରି କରିଛନ୍ତି କଟକ ଡିସିପି ପ୍ରତୀକ ସିଂହ। ଜାରି ହୋଇଥିବା ନମ୍ବରଟି ହେଲା ୮୭୬୩୦୬୮୧୬୭।

ମହାମାରୀ କରୋନା ଯୋଗୁ ହେଉଥିବା ସମସ୍ୟା ବିଷୟରେ ଏହି ନମ୍ବରରେ ଲୋକମାନେ ଅଭିଯୋଗ କରିପାରିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି କଟକ ଡିସିପି। ଅଭିଯୋଗ ପାଇବା ପରେ ସେଗୁଡ଼ିକର ସମାଧାନ କରିବା ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।

ଡିସିପି ନିଜେ ଅଭିଯୋଗ ଗୁଡ଼ିକର ନିରୀକ୍ଷଣ କରିବେ ଓ ଅଭିଯୋଗକାରୀଙ୍କୁ ଫୋନ୍ କରିବେ। ତେବେ ଦିଆଯାଇଥିବା ହ୍ୱାଟ୍ସଆପ୍ ନମ୍ବରରେ କଲ୍ ନ କରିବାକୁ ସେ କହିଛନ୍ତି।

 

ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନକୁ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫,୩୮୯ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫,୯୨୮ ଜଣ ସୁସ୍ଥ ହୋଇସାରିଛନ୍ତି। ୯,୨୮୭ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ୧୪୦ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି।

The post କଟକ ଲୋକେ ହ୍ୱାଟ୍ସ‌ଆପ୍‌ରେ କରିପାରିବେ ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/3jEwuxQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages