ୱାଶିଂଟନ: ମହାମାରୀ କରୋନାରୁ ମୁକୁଳିବା ପାଇଁ ଆମେରିକା ଚେଷ୍ଟା କଲେ ମଧ୍ୟ ସଫଳତା ପାଇପାରୁ ନାହିଁ। କିଛି ଦିନ କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟା କମିଥିଲେ ହେଁ ଏବେ ପୁଣି ସ୍ଥିତି ବେକାବୁ ହୋଇଛି। କ୍ରମାଗତ ତୃତୀୟ ଦିନ ପାଇଁ ପଜିଟିଭ ଚିହ୍ନଟରେ ଆମେରିକା ନୂଆ ରେକର୍ଡ କରିଛି।
ଶୁକ୍ରବାର ଦେଶରେ ପ୍ରାୟ ୭୨ ହଜାର ଲୋକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆମେରିକାର ୮ଟି ପ୍ରଦେଶରେ ଦୈନିକ କରୋନା ସଂକ୍ରମଣ ଚିହ୍ନଟ ମାମଲାରେ ରେକର୍ଡ କରିଛନ୍ତି। ସେଗୁଡ଼ିକ ହେଲା-ଆଲାସ୍କା, ଜର୍ଜିଆ, ଇଡାହୋ, ଲୋଇସିଆନା, ମୋଣ୍ଟାନା, ଓହିଓ, ଉଠା ଓ ୱିଶକନ।
ୱାର୍ଲ୍ଡ ମିଟିରର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୭୧,୭୮୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଏହି ପ୍ରାଣଘାତୀ ଭାଇରସ ୮୪୯ ଜଣଙ୍କ ଜୀବନ ନେଇଛି।
ଏହାକୁ ମିଶାଇବର୍ତ୍ତମାନ ସୁଦ୍ଧା ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨,୯୧,୭୮୬ ଥିବା ବେଳେ ୧,୩୬,୬୭୧ ଜଣ ପ୍ରାଣ ହରାଇଛନ୍ତି। ତେବେ ୧୪,୬୦,୪୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ନ୍ୟୁୟର୍କରେ ସର୍ବାଧିକ ୪,୨୬,୦୧୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଠାରେ କରୋନା ୩୨,୩୭୫ ଜଣଙ୍କ ମୁଣ୍ଡ ନେଇଛି ଓ ୨,୩୬,୧୧୭ ଜଣ ସୁସ୍ଥ ହୋଇଛନ୍ତି।
The post କରୋନାରେ ନୂଆ ରେକର୍ଡ କଲା ଆମେରିକା, ଦିନକରେ ୭୧ ହଜାର ପଜିଟିଭ appeared first on Odisha Reporter.
from Odisha Reporter https://ift.tt/327feec
No comments:
Post a Comment