କରୋନା ଭାଇରସର ମୂଳ ଉତ୍ସ ଖୋଜିବାକୁ ଚାଇନା ଗଲା ହୁ’ର ଟିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 10, 2020

କରୋନା ଭାଇରସର ମୂଳ ଉତ୍ସ ଖୋଜିବାକୁ ଚାଇନା ଗଲା ହୁ’ର ଟିମ୍‌

ଜେନେଭା: ସାରା ବିଶ୍ୱରେ ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା ମହାମାରୀ କରୋନା ଭାଇରସର ମୂଳ ଉତ୍ସ ଖୋଜିବାକୁ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’)ର ଦୁଇ ଜଣିଆ ବିଶେଷଜ୍ଞ ଟିମ ଚାଇନା ଗସ୍ତ କରିଛନ୍ତି। ସେମାନେ ସେଠାରେ ଚାଇନାଜ୍ ବୈଜ୍ଞାନିକଙ୍କ ସହ ମିଶି କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଓ ଅନ୍ୟାନ୍ୟ ଦିଗ ଉପରେ ତଦନ୍ତ କରିବେ।

ଗତବର୍ଷ ନଭେମ୍ବର ମାସରେ ଉହାନର ଏକ ହୋଲସେଲ ମାଂସ ମାର୍କେଟରୁ ପ୍ରଥମେ କରୋନା ଭାଇରସ ଚିହ୍ନଟ ହୋଇଥିବା କୁହାଯାଉଛି। କୌଣସି ପଶୁର ମାଂସରୁ ଏହା ମଣିଷ ଶରୀରକୁ ଆସିବା ପରେ ପୂରା ବିଶ୍ୱକୁ ସଂକ୍ରମଣ କରିଛି। ଏବେ ସୁଦ୍ଧା ୫,୫୦,୦୦୦ରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଥିବା କରୋନାକୁ ନେଇ ଚାରିଆଡ଼େ ହାହାକାର ସ୍ଥିତି ସୃଷ୍ଟି ହୋଇଛି।

ହୁ’ର ମୁଖପାତ୍ର ମାରଗାରେଟ ହ୍ୟାରିସ କହିଛନ୍ତି, “ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦୁଇ ଜଣ ବିଶେଷଜ୍ଞ ଚାଇନା ଗସ୍ତ କରିଛନ୍ତି। ଜଣେ ପଶୁଙ୍କ ଉପରେ ରିସର୍ଚ୍ଚ କରୁଥିବା ବେଳେ ଆଉ ଜଣେ ବିଶେଷଜ୍ଞ ମହାମାରୀ ଉପରେ ଗବେଷଣା କରୁଛନ୍ତି। ଏମାନେ ଚାଇନିଜ ବୈଜ୍ଞାନିକଙ୍କ ସହ ମିଶି ପୂରା ଘଟଣାର ଛାନଭିନ୍‌ କରିବେ।

ଆମେ ସମସ୍ତେ ଜାଣିଛେ ଯେ ବାଦୁଡ଼ି ଶରୀରରେ ଥିବା ଭାଇରସ ସହ କୋଭିଡ୍‌-୧୯ ଭାଇରସ ସମାନ। ତେବେ ଏହା କେମିତି ଓ କେତେ ପରିମାଣର ମଣିଷ ଶରୀରକୁ ଗଲା? ଏହି ଗୋଟିଏ ପ୍ରଶ୍ନ ଆମେ ସମସ୍ତେ ଜାଣିବା ଦରକାର।

କରୋନା ଭାଇରସର ମୂଳ ଉତ୍ସ କ’ଣ ଓ ଏହା କେମିତି ସୃଷ୍ଟି ହେଲା, ସେକଥା ଦୁଇ ଜଣିଆ ବିଶେଷଜ୍ଞ ଟିମ୍ ଖୋଳତାଡ଼ କରିବେ।”

The post କରୋନା ଭାଇରସର ମୂଳ ଉତ୍ସ ଖୋଜିବାକୁ ଚାଇନା ଗଲା ହୁ’ର ଟିମ୍‌ appeared first on Odisha Reporter.



from Odisha Reporter https://ift.tt/2OdFeg3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages